କାନପୁର,୧୦।୮: ଅନ୍ତିମ ସଂସ୍କାରରେ ହିନ୍ଦୁ ପରମ୍ପରା ଅନୁସାରେ ମୃତଦେହକୁ ଦାହ କରାଯାଇଥାଏ। ତେବେ ଏଥିପାଇଁ କାଠର ଆବଶ୍ୟକତା ପଡ଼ିଥାଏ। ଏହାଦ୍ୱାରା ଗଛ କଟା ହୋଇଥାଏ। ଫଳରେ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଉନ୍ନାଓ୍ବର କଲ୍ୟାଣୀ ମୋହାଲା ନିବାସୀ ରମାକାନ୍ତ ଦୁବେ ଗୋବରରୁ ଏକ ପ୍ରକାର କାଠ ପ୍ରସ୍ତୁତ କରିଛନ୍ତି। ୭୫ ହଜାର ଟଙ୍କାରେ ସେ ଏକ କାରଖାନା ସ୍ଥାପନ କରିଛନ୍ତି। ଏଠାରୁ ପ୍ରତିଦିନ ୨ କ୍ୱିଣ୍ଟାଲ ଗୋବର କାଠ ପ୍ରସ୍ତୁତ ହୋଇପାରୁଛି।