Categories: ଖେଳ

ଅନ୍ଧବିଶ୍ୱାସୀ ଥିଲେ ସଚିନ

କ୍ରିକେଟ ଇତିହାସର ସବୁଠୁ ବଡ଼ ନାମ ସଚିନ ତେନ୍ଦୁଲକର। ଦିନିକିଆ ହେଉ କିମ୍ବା ଟେଷ୍ଟ ଫର୍ମାଟର ପ୍ରାୟ ସମସ୍ତ ରେକର୍ଡ ତାଙ୍କ ନାମରେ ରହିଛି। ନିଜର ପ୍ରତିଭା ଓ ଧୈର୍ଯ୍ୟ ଯୋଗୁ ସଫଳତା ପାଇଥିଲେ ମଧ୍ୟ ତାଙ୍କର ଅନ୍ଧବିଶ୍ୱାସ ଥିଲା। ୨୪ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରରେ ସେ ସର୍ବଦା ବାମ ଗୋଡ଼ରେ ପ୍ରଥମେ ପ୍ୟାଡ୍‌ ପିନ୍ଧୁଥିଲେ। ଏହାକୁ ନିଜର ସଫଳତାର କାରଣ ବୋଲି ସେ ଚିନ୍ତା କରୁଥିଲେ। ଏହାବାଦ୍‌ ତାଙ୍କର ଏକ ଲକି ବ୍ୟାଟ ମଧ୍ୟ ଥିଲା, ଯାହାକୁ ୨୦୧୧ ବିଶ୍ୱକପ୍‌ ପୂର୍ବରୁ ମରାମତି କରାଇଥିଲେ। ଉଲ୍ଲେଖଥାଉ କି, ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ହୋଇଥିଲା।

Share