Categories: ଜାତୀୟ

ଅନ୍ଧବିଶ୍ୱାସ: ୮ ବର୍ଷରେ ଆସାମରେ ୧୦୭ ଜଣଙ୍କୁ କରାଯାଇଛି ହତ୍ୟା

ଗୁଆହାଟୀ,୧।୧୨: ଆସାମରେ ଗତ ୮ ବର୍ଷ ମଧ୍ୟରେ ୧୦୭ ଜଣଙ୍କୁ ଅନ୍ଧବିଶ୍ୱାସ ଯୋଗୁ ହତ୍ୟା କରାଯାଇଛି। ଏନେଇ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ର ମୋହନ ପଟଓ୍ବାରୀ ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟିକା ନନ୍ଦିତା ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏଭଳି କହିଛନ୍ତି। ୨୦୧୧ ଠାରୁ ୨୦୧୬ ମେ ପର୍ଯ୍ୟନ୍ତ ଏଭଳି ମାମଲାରେ ୮୦ ଜଣଙ୍କୁ ହତ୍ୟା କରାଯାଇଥିଲା। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨୩ ଜଣଙ୍କୁ ଅନ୍ଧବିଶ୍ୱାସ ଯୋଗୁ ହତ୍ୟା କରାଯାଇଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

Share