ଅନ୍ଧାରରେ ଖଇରାର ୩ଶହ ଗ୍ରାମ

ଖଇରା,୨୨।୫(ଡି.ଏନ.ଏ.)-ବାତ୍ୟା ଅମ୍ପନ ବାଲେଶ୍ୱର ଜିଲା ଖଇରା ଉପଖଣ୍ଡ ଅଧୀନରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି।ବିଦ୍ୟୁତ ଉପଖଣ୍ଡ ଅଧୀନରେ ଖଇରା ବ୍ଲକ ଓ ଔପଦା ବ୍ଲକ ୬ ପଞ୍ଚାୟତ ରହିଥିବାବେଳେ ଖଇରା ଔପଦା ଗଣ୍ଡିବେଡ ଭଳି କିଛି ବଜାରକୁ ଛାଡି ଦେଲେ ୩ଶହରୁ ଊର୍ଦ୍ଧ୍ୱ ଗ୍ରାମ ଅନ୍ଧାରରେ ରହିଛି। ଏହି ଉପଖଣ୍ଡ ଅଧୀନରେ ୮୨ଟି ଏଲଟି ବିଦ୍ୟୁତ ଖୁଣ୍ଟ, ୩୮ଟି ୧୧କେଭି ଖୁଣ୍ଟ ସହ ୬ଟି ଟ୍ରାନ୍ସଫର୍ମର ଭଙ୍ଗିଯାଉଛି। ତେବେ ବିଦ୍ୟୁତ ରକ୍ଷାବେକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଗଛକାଟି ନଷ୍ଟ ହୋଇଥିବା ତାରକୁ ସଜାଡିବାକୁ ଉଦ୍ୟମ କରିଥିଲେ ହେଁ ସନ୍ଧ୍ୟାସୁଦ୍ଧା ସମ୍ପୂର୍ଣ୍ଣ ହୋଇପାରିନାହିଁ।