ଅନ୍ଧାରରେ ୪୬ ଗଁ।, ହୋଇନି ବିଦ୍ୟୁତ୍‌ ସଂଯୋଗ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଦାରିଙ୍ଗବାଡ଼ି,୧ା୧୦(ଡି.ଏନ.ଏ)-ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସରକାର ବିଭିନ୍ନ ସୁବିଧା ସୁଯୋଗ ଦେଉଥିବା ଦୃଷ୍ଟାନ୍ତ ରହିଛି ା କିନ୍ତୁ କେତେକ ସ୍ଥାନରେ ଏହା କାର୍ଯ୍ୟକାରୀ ହେଉଥିବା ବେଳେ ଅନ୍ୟ କେତେକ ଜିଲାରେ ଲୋକେ ସୁବିଧା ସୁଯୋଗ ପାଇପାରୁ ନାହାନ୍ତି। ଫଳରେ ଏବେବି ଅନ୍ଧାରରେ ଅଭିଶପ୍ତ ଜୀବନ ବିତାଉଥିବା ନଜିର ରହିଛି।
ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ା ୧୬ ପଞ୍ଚାୟତର ୪୬ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ନାହିଁ। ସେଠାରେ ଲୋକ ବହୁ କଷ୍ଟରେ ଚଳୁଛନ୍ତି ା ସେହିପରି ଯେଉଁ ସବୁ ଗଁାରେ ବିଦ୍ୟୁତ୍‌ ସଂଯୋଗ ହୋଇଛି ସେଥିରୁ ୧ ହଜାର ୧୨୫ ପରିବାରକୁ ବିଦ୍ୟୁତ୍‌ ଯୋଗାଣ ହୋଇନାହିଁ । ଏଭଳି ଅଭିଯୋଗ କରିଛି ସ୍ଥାନୀୟ ଲୋକ ସଂଗଠନ ତଥା ଜୀବିକା ସୁରକ୍ଷା ମଞ୍ଚ ା ସୋମବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କୁ ମଞ୍ଚ ପକ୍ଷରୁ ଦାବିପତ୍ର ଦିଆଯାଇଛି। ସେମାନଙ୍କ ଅଭିଯୋଗ ହେଲା, ଏକାଧିତ୍କ ଗ୍ରାମରେ ଖୁଣ୍ଟ ପୋତା ସରିଛି। ସେଥି ପାଇଁ ସ୍ଥାନୀୟ ଲୋକ ପରିଶ୍ରମ କରିଛନ୍ତି। ଠିକାଦାର ଟଙ୍କା ଦେଇନାହିଁ, କି ବିଦ୍ୟୁତ୍‌ ସଂଯୋଗ କରିନାହିଁ। ବିପିଏଲ ପରିବାରକୁ ସରକାରଙ୍କ ବିଜୁ ଜ୍ୟୋତି ଯୋଜନା ସହ ସୌଭାଗ୍ୟ ଯୋଜନାରେ ତୁରନ୍ତ ବିଦ୍ୟୁତ୍‌ ଯୋଗାଇଦେବାକୁ ମଞ୍ଚ ଦାବି କରିଛି ା ବ୍ଲକର ସିର୍କାବଗ ସହ କୁମ୍ଭାରୀଗଁା, ବ୍ରାହ୍ମଣୀଗଁା, ଦାସିଂବାଡ଼ି, ସୋନପୁର, ଦନେକବାଡ଼ି, ଗୁମିକିଆ, ବୁଡାଗୁଡ଼ା, ତିଲୋରୀ, ପ୍ଲିହେରୀ, ପର୍ତ୍ତମାହା ଓ ଶ୍ରାନିକେତା ଆଦିି ପଞ୍ଚାୟତର ଏକାଧିକ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବା ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ା ଆହୁରି ଉଲ୍ଲେଖ କରିଛନ୍ତି, ତୁରନ୍ତ ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ସହ ସମସ୍ତ ପରିବାରକୁ ସରକାର ରିହାତି ମୂଲ୍ୟରେ ବିଦ୍ୟୁତ୍‌ ଯୋଗାଇ ଦିଅନ୍ତୁ ା ସେହିପରି ଖୁଣ୍ଟ ପୋତା ହୋଇଥିବା ଏବଂ ରିଡିଂ ମିଟର ଲଗାଯାଇଥିବା ଗ୍ରାମକୁ ତୁରନ୍ତ ବିଦ୍ୟୁତ ସଂଯୋଗ କରାଯିବା ସହ ପ୍ରତ୍ୟେକ ମାସରେ ବିଲ୍‌ ପ୍ରକୃତ ହିତାଧିକାରୀଙ୍କୁ ପ୍ରଦାନ ଆଦି ଦାବି ରହିଛି ା ମଞ୍ଚରେ ବ୍ଲକ ସଭାପତି ସନ୍ତୋଷ ପ୍ରଧାନଙ୍କ ସମେତ ମନୁ ଦିଗାଳ, ଜୋଏଲ ଦିଗାଳ ଓ ଅଞ୍ଜନ ପ୍ରଧାନଙ୍କ ସମେତ ବହୁ
ସଦସ୍ୟ ଉପସ୍ଥିତ ଥିଲେ ା

Share