ଅନ୍ଧାରରେ ୭୦ ବିପିଏଲ ପରିବାର

ବାରଙ୍ଗ,୨୭ା୭(ଡି.ଏନ୍‌.ଏ.): ବାରଙ୍ଗ ବ୍ଲକର ଭୁବନପୁର ଗ୍ରାମବାସୀ ଦୀର୍ଘଦିନ ହେବ ଠିକଭାବେ ବିଦ୍ୟୁତ ସେବା ପାଉନାହାନ୍ତିି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସମାଧାନ ହେଉ ନ ଥିବା ଅଭିିଯୋଗ ହୋଇଛି। ଏହି ପ୍ରତିବାଦରେ ଗ୍ରାମବାସୀ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବେ ବୋଲି ପ୍ରଶାସନକୁ ସର୍ତକ କରାଇଛନ୍ତି। ଏହି ଗ୍ରାମକୁ ଗୁରୁବାର ସନ୍ଧ୍ୟାରୁ ଲାଇନ ନ ଥିବାବେଳେ ଲାଇନମ୍ୟାନଠାରୁ ଆରମ୍ଭ କରି ଜେଇ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନାହାନ୍ତି। ଲାଇନମ୍ୟାନକୁ ଜଣାଇବାରୁ ଜେଇ ନ କହିଲେ ମୁଁ ଯିବିନାହିଁ କହୁଥିତ୍ବାବେଳେ ଜେଇ କହୁଛନ୍ତି ମୁଁ କ’ଣ ଲାଇନ ସଜାଡିବି ତୁମେ ଲାଇନମ୍ୟାନ କୁହ ବୋଲି ଗୋଡିସାହି ବିଦ୍ୟୁତ୍‌ ବିଭାଗ ଗ୍ରାମବାସୀଙ୍କୁ ଭୁଅଁା ବୁଲାଉଛନ୍ତି। ଗ୍ରାମବାସୀ ବିଦ୍ୟୁତ ବ୍ୟବହାର କରୁଛନ୍ତି ସତ ମାତ୍ର ଖରାପ ହେଲେ ମରାମତି ପାଇଁ ଦୀର୍ଘଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବାରୁ ସେମାନଙ୍କର କ୍ଷୋଭ ରହିଛି। ଏହି ଗ୍ରାମରେ ପ୍ରାୟ ୭୦ଟି ହରିଜନ ଓ ଆଦିବାସୀ ପରିବାର ରହୁଛନ୍ତି। ସମସ୍ତେ ବିପିଏଲ ପରିବାରର ହୋଇଥିବାରୁ ୨୦୦୯ରେ ଗ୍ରାମକୁ ବିଜୁଜ୍ୟୋତି ମାଧ୍ୟମରେ ୬୩କେଭି ଟ୍ରାନ୍ସଫର୍ମର ଗ୍ରାମମୁଣ୍ଡରେ ବସିବା ସହ ଗ୍ରାମବାସୀଙ୍କୁ ଗୋଡିସାହି ବିଦ୍ୟୁତ ବିଭାଗ ପକ୍ଷରୁ ଏହିଠାରୁ ସଂଯୋଗ ଦିଆଯାଇଥିଲା। ଜମିମୂଲ୍ୟ ବୃଦ୍ଧି ସହ ବ୍ୟବସାୟିକ ଦୃଷ୍ଟିରୁ ଗ୍ରାମପାଖରେ କେତେକ ଜମି ବ୍ୟବସାୟୀ ପ୍ଲଟିଂକରି ଜମି ବିକିଥିଲେ। ଏହି ପ୍ଲଟିଂ ଜମିରେ ପ୍ରାୟ ୨୦ରୁ ୨୫ଟି ଲୋକ ଘର କରି ରହିବା ସହ ଏହି ୬୩କେଭି ଟ୍ରାନ୍ସଫର୍ମରରୁ ସେମାନଙ୍କୁ ବିଦ୍ୟୁତ ସଂଯୋଗ ଗୋଡିସାହିି ବିଦ୍ୟୁତ ବିଭାଗ ଦେଇଥିଲେ। ଯାହାକୁ ନେଇ ଗ୍ରାମବାସୀ ଓ ଗୋଡିସାହି ବିଦ୍ୟୁତ ବିଭାଗ ମଧ୍ୟରେ ବିବାଦ ଦେଖାଯାଇଥିଲା। କାରଣ ନୂଆ ଲୋକଙ୍କୁ ଏହି ଟ୍ରାନ୍ସଫର୍ମରୁ ବିଦ୍ୟୁତ ଦେବାରୁ ବିପିଏଲ ପରିବାରଙ୍କ ଘରେ ସନ୍ଧ୍ୟା ସମୟରେ ସମ୍ପୂର୍ଣ୍ଣ ଲୋ-ଭଲଟେଜ ହୋଇଯାଏ। ଏପରିକି ନୂଆକରି ରହିଥିବା ଲୋକମାନଙ୍କ ପାଇଁ ଏକ ଅଲଗା ଟ୍ରାନ୍ସଫର୍ମର ବସାଇବାକୁ ଗ୍ରାମବାସୀ ଦାବି କରୁଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ ସରକାରଙ୍କର ଏହି ସୁବିଧାକୁ ଗରିବ ବିପିଏଲଧାରୀ ପାଉଥିଲେ ମଧ୍ୟ ସନ୍ଧ୍ୟାହେବା ମାତ୍ରେ ଡିବିରି ଭଳି ଆଲୁଅ ଜଳୁଛି। ଗୁରୁବାର ସନ୍ଧ୍ୟାରୁ ଟ୍ରାନ୍ସଫର୍ମର ପାଖରୁ ଫେଜ କଟିଯିବାରୁ ସମସ୍ତଙ୍କୁ କହିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏ ନେଇ ଗ୍ରାମବାସୀ ଶୁକ୍ରବାର ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନାରୁ ନିରାଶ ହୋଇ ଫେରିବାକୁ ପଡିଛି। ଫଳରେ ଗ୍ରାମରେ ପ୍ରବଳ ଉତ୍ତେଜନା ଦେଖାଦେବା ସହ ନିଜ ହକ ପାଇଁ ଏଥର ରାଜରାସ୍ତାକୁ ଯାଇ ବିରୋଧ କରିବୁ ବୋଲି ଭୁବନପୁର ଗ୍ରାମ୍ୟ କମିଟିର ସଭାପତି ରଞ୍ଜନ କୁମାର ଭଟ ଓ ସମ୍ପାଦକ ତ୍ରିଲୋଚନ ଭୋଇ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଗୋଡିସାହି ବିଦ୍ୟୁତ ବିଭାଗର ଜେଇ ଭବାନି ଶଙ୍କର ମହନ୍ତ କୁହନ୍ତି, ବାତ୍ୟାପରେ ମନଇଚ୍ଛା ସେହି ଗ୍ରାମବାସୀ ଲାଇନ ଦେବାନବା କରୁଥିଲେ। ଏ ବିଷୟକୁ ନେଇ ଲାଇନମ୍ୟାନ ସହ ଗ୍ରାମବାସୀଙ୍କର ପାଟିତୁଣ୍ଡ ହୋଇଛି। ଏବେ ଯେଉଁ ଫେଜ କଟିଛି ଲାଇନମ୍ୟାନକୁ ମୁଁ ବୁଝାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ କଳା ଦିବସ: କଳା ବଦଳିଲେ ବି ସତ୍ୟ ଲୁଚିବ ନାହିଁ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ପ୍ରତିଟି ମଣିଷ ଭିତରେ ଆତ୍ମ ଅଭିବ୍ୟକ୍ତି ଓ ଆତ୍ମପ୍ରତିଷ୍ଠାର ମୋହ ରହିଛି। ଅର୍ଥାତ୍ ମଣିଷ ସର୍ବଦା ଚାହୁଁଥାଏ ଯେ, ଯାହା ଅଛି...

ଧାନକେଣ୍ଡାରେ ଅଗାଡ଼ି, ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଫସଲରେ ରୋଗପୋକ ତ ଆଉକେବେ ଝଡ଼ବର୍ଷା ଯୋଗୁ ଚାଷୀଙ୍କ ଫସଲ ଉଜୁଡି ଯାଉଛି।...

‘ବସିଥିବା ଡାଳକୁ ହାଣୁଛନ୍ତି ଶାହା’

କୋଲକାତା,୧୭ା୪: ମୁର୍ଶିଦାବାଦରେ ଓ୍ବକ୍‌ଫ ଆଇନ ବିରୋଧୀ ହିଂସା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଦାୟୀ କରିଛନ୍ତି। ମମତା...

Naveen Patnaik: ପୁଣି ନିର୍ବାଚନ ଲଢିବେ ନବୀନ

ଭୁବନେଶ୍ୱର,୧୭ା୪(ସୁନିତ୍‌ ମିଶ୍ର): ବିଜେଡି ସଭାପତି ପଦ ଲାଗି ନବୀନ ପଟ୍ଟନାୟକ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବେ। ଦଳର ରିଟର୍ନିଂ ଅଫିସର ପ୍ରତାପ ଦେବଙ୍କୁ ସେ...

ଶ୍ରୀକାନ୍ତଙ୍କ ଘରକୁ ଅଖିଳେଶଙ୍କ ଆସିବା ନେଇ ରାଜନୀତି

ଭୁବନେଶ୍ୱର, ୧୭ା୪(ସୁନିତ୍‌ ମିଶ୍ର): ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିବା ଆରମ୍ଭ ହୋଇଛି। ଅଖିଳେଶ ଭୁବନେଶ୍ବର...

World Haemophilia Day: ଆଜି ବିଶ୍ୱ ହେମୋଫିଲିଆ ଦିବସ: ଜାଣନ୍ତୁ ଏହି ରୋଗର ଚିହ୍ନଟ,ଚିକିତ୍ସା,ନିବାରଣମୂଳକ ବ୍ୟବସ୍ଥା..

ହେମୋଫିଲିଆ ଏକ ଜିନ୍‌ ରୋଗ ଓ ବଂଶାନୁକ୍ରମିକ। ଏହା ଏକ ରକ୍ତଜନିତ ରୋଗ। ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ମହିଳା ବା...

କଂଗ୍ରେସରେ ମିଶିଲେ ବହୁ ବିଜେଡି-ଭାଜପା ନେତା, ରାଜନୀତିରେ ହଲଚଲ

ଭୁବନେଶ୍ୱର,୧୭ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ବିଜେଡି, ଭାଜପା ନେତା ଓ କର୍ମୀ ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ...

ଆଜି ଓଡ଼ିଶା ଆସୁଛନ୍ତି ଗଡକରୀ, ବହୁ ପ୍ରକଳ୍ପର ଶିଳାନ୍ୟାସ କରିବେ

ଭୁବନେଶ୍ୱର, ୧୭ା୪(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏନ୍‌ଏଚ୍‌ଏଆଇର ଅନେକ ପ୍ରକଳ୍ପର ଶିଳାନ୍ୟାସ ଗୁରୁବାର କରାଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image