Categories: ଜାତୀୟ

ଅନ୍ୟ କାହାର ସହାୟତା ବିନା ୨୦ ବର୍ଷ ଧରି ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି ଦିବ୍ୟାଙ୍ଗ ଦମ୍ପତି

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଜୁହୁସ୍ଥିତି ଭୋଟ କେନ୍ଦ୍ରରେ ଦିବ୍ୟାଙ୍ଗ ଦମ୍ପତି ଦେବଶଙ୍କର ଏବଂ ପାନ୍ନା ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ସେମାନେ ଫିଲ୍ମ ତାରକା ନୁହଁନ୍ତି। ତେବେ ସେମାନଙ୍କୁ ଦେଖିବା ଲାଗି ଏବଂ ସେମାନଙ୍କର ଫଟୋ ତଥା ଭିଡ଼ିଓ ଶୁଟିଂ କରିବା ନିମନ୍ତେ ମତଦାନ କେନ୍ଦ୍ର ବାହାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଗତ ୨୦ ବର୍ଷ ଧରି ଏହି ଦମ୍ପତି ଅନ୍ୟ କାହାର ସହାୟତା ବିନା ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଉଛନ୍ତି। ଦେବଶଙ୍କର ସ୍ତ୍ରୀ ପାନ୍ନାଙ୍କ ସହିତ ସକାଳୁ ଆସି ଭୋଟ ଦେଇ ସାରିଥିବା କହିଛନ୍ତି।

Share