କେନ୍ଦୁଝର, ୨୦ା୫(ସ୍ବ.ପ୍ର.)- ଅନ୍ୟ ଜାତିରେ ବିବାହ କରିଥିବାରୁ ବାଇଧର ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସାମଜିକ ବାସନ୍ଦ କରାଯାଇଥିଲା। ଏନେଇ ବାପ, ଝିଅ ଗଛ ତଳେ ଆଶ୍ରୟ ନେଇଥିଲେ। ସ୍ଥାନୀୟ ସାମାଜିକ କର୍ମୀ ପୋଲିସକୁ ସୂଚନା ଦେବା ପରେ ପୋଲିସ ସ୍ଥାନୀୟ ଆଶାଦିଦି ସହାୟତାରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଏକୁଟିଆ ଝିଅ ମଧ୍ୟ ତାଙ୍କ ବାପା ବାଇଧରଙ୍କ ସହିତ ମେଡିକାଲ ଆସିଥିଲେ। ତେବେ ଡାକ୍ତରଖାନାରେ ଆଶା ଦିଦିମାନେ ଛାଡି ଚାଲିଯାଇଥିଲେ ହେଁ ଛୋଟ ଝିଅ କିପରି ଏକୁଟିଆ ବାପାକୁ ସହାୟତା କରିବ ସେ ନେଇ ଚର୍ଚ୍ଚା ହେଉଛି। ଝିଅଟି ତା’ ବାପାଙ୍କ ସହିତ ଓାର୍ଡରେ ରହୁଥିବାରୁ ତାର ସାହସିକତାକୁ ଅନେକ ପ୍ରଶଂସା କରୁଥିଲେ ହେଁ ତାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।