ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦ: ଗଛମୂଳେ ଆଶ୍ରୟ ନେଇଛନ୍ତି ବାପା,ଝିଅ

ଢେଙ୍କିକୋଟ,୧୯ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ଖଜୁରି ଜିଆଣି ଗାଁ ା ସେହି ଗାଁର ନାଭ ନାୟକଙ୍କ ସାନପୁଅ ବାଇଧର (୪୨) ଗତ ୧୫ ବର୍ଷ ହେବ ଘର ଛାଡ଼ି ରୋଜଗାର ଅନ୍ବେଷଣରେ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ସେଠାରେ ସେ ଅନ୍ୟଜାତିର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିଥିଲେ। ଏବେ ତାଙ୍କର୧୨ ବର୍ଷର ଏକ ଝିଅଟିଏ ଅଛି।
ସମୟ, ସୁଯୋଗ ମିଳିଲେ ବାଇଧର ଗାଁକୁ ଆସନ୍ତି ା ପରିବାର ସଦସ୍ୟଙ୍କ ଭଲମନ୍ଦ ବୁଝନ୍ତି ା ପୁଣି କର୍ମ କ୍ଷେତ୍ରକୁ ଚାଲିଯାଆନ୍ତି। ହେଲେ ଗତ ୨ ବର୍ଷ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। କାମ କରିବାକୁ ଆଉ ବଳ ପାଉନାହିଁ ା ସେଥିପାଇଁ ସେ ନିଜ ପରିବାର ସହିତ ଘରକୁ ଫେରି ଆସିବାକୁ ମନସ୍ଥ କରିଥିଲେ ା ଏ କଥା ସେ ପରିବାର ଲୋକଙ୍କୁ କହିଥିଲେ। ଶେଷରେ ଏଥିପାଇଁ ସମ୍ମତି ମିଳିଥିଲା ା ଗତମାସରେ ସେ ସ୍ତ୍ରୀ, ଓ ଝିଅକୁ ଧରି ଗାଁକୁ ଫେରିଥିଲେ। ହେଲେ ଗାଁ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ ା ବାଇଧର ଅନ୍ୟ ଜାତିରେ ବିବାହ କରିଥିବାରୁ ତାଙ୍କୁ ଗାଁ ଲୋକେ ସାମାଜିକ ବାସନ୍ଦ କରିଥିଲେ ା ଫଳରେ ପରିବାର ଲୋକେ ତାଙ୍କୁ ଘରେ ଭର୍ତ୍ତି କରି ନ ଥିଲେ। ଏପରି ପରିସ୍ଥିତିରେ ବାଇଧର କଣ କରିବେ କିଛି ଚିନ୍ତା କରି ପାରି ନ ଥିଲେ ା ଶାରୀରିକ ଅସୁସ୍ଥତା ତାଙ୍କୁ ଯେତିକି ବାଧି ନ ଥିଲା; ଗ୍ରାମବାସୀଙ୍କ ନିଷ୍ପତ୍ତି ତାଙ୍କୁ ଅଧିକ କଷ୍ଟ ଦେଇଥିଲା ା ଶେଷରେ ସେ ଝିଅ ଓ ସ୍ତ୍ରୀକୁ ନେଇ ପୈତୃକ ଜମି ଉପରେ ଥିବା ଏକ ଗଛମୂଳରେ ଆଶ୍ରୟ ନେଇଥିଲେ ା ବୈଶାଖମାସର ଟାଣ ଖରାରେ ଖୋଲା ଆକାଶ ତଳେ ଅଖିଆ ଅପିଆ ତାଙ୍କ ପରିବାର ପଡି ରହିଥିଲେ ା ଇତିମଧ୍ୟରେ ଆଉ ଏକ ଦୁଃଖ ବାଇଧର ପାରିବାରିକ ଜୀବନକୁ ଛାରଖାର କରି ଦେଇଛି ା ଗାଁ ଓ ପରିବାର ଲୋକଙ୍କ ବିରୋଧ ଦେଖି ତାଙ୍କ ସ୍ତ୍ରୀ ଝିଅ ଓ ସ୍ବାମୀକୁ ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି। ତାଙ୍କୁ ଖୋଜି ଆଣିବାକୁ ବାଇଧରଙ୍କ ପାଖରେ କିଛି ଜୁ ନାହିଁ ା କେବଳ ଭାଗ୍ୟକୁ ଆଦରି ସେ ଅତି ଦୟନୀୟ ଅବସ୍ଥାରେ ଗଛମୂଳରେ ପଡ଼ି ରହିଛନ୍ତି। ଅସୁସ୍ଥ ବାପାଙ୍କୁ ଚାହିଁ ଝିଅଟି ବି ସେଠାରେ ରହିଛି ା ବାଇଧରକୁ ଜିଲା ପ୍ରଶାସନ ତରଫରୁ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।