ନୂଆଦିଲ୍ଲୀ,୧୧।୯: ଛତିଶଗଡ଼ର ଏକ ଅନ୍ୟ ଧାର୍ମିକ ବିବାହ ମାମଲାର ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ମାମଲାର ଶୁଣାଣି ସମୟରେ ଯୁବକଙ୍କୁ ବିଶ୍ୱସ୍ତ ଜୀବନସାଥୀ ଓ ମହାନ ପ୍ରେମିକ ହେବାକୁ ପରାମର୍ଶ ଦେଇଛନ୍ତି କୋର୍ଟ। ସେ କହିଛନ୍ତି, ଅନ୍ୟ ଧର୍ମରେ କିମ୍ବା ଅନ୍ୟ ଜାତିରେ ବିବାହ ବିରୋଧରେ ନାହାନ୍ତି, ହେଲେ ତାଙ୍କୁ କେବଳ ଯୁବତୀଙ୍କ ଭବିଷ୍ୟତ ଚିନ୍ତା ରହିଛି। ସୂଚନାଯୋଗ୍ୟ, ଜଣେ ହିନ୍ଦୁ ଯୁବତୀ ଜଣେ ମୁସଲିମ ଯୁବକଙ୍କ ସହ ବିବାହ କରିଥିଲେ। ଯୁବତୀଙ୍କ ପରିବାର ଏହି ବିବାହକୁ ସ୍ବୀକୃତି ଦେବା ପାଇଁ ଯୁବକ ଜଣଙ୍କ ହିନ୍ଦୁ ଧର୍ମ ଆପଣାଇଛନ୍ତି ବୋଲି କହିଛନ୍ତି। ହେଲେ ଧର୍ମ ପରିବର୍ତ୍ତନକୁ ନେଇ ଯୁବକ ମିଛ କହୁଛନ୍ତି ବୋଲି ଯୁବତୀଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି। ଏଥିସହ ଯୁବତୀଙ୍କୁ ଫସାଇବାର ଏହା ଏକ ଷଡ଼ଯନ୍ତ୍ର ବୋଲି ଯୁବତୀଙ୍କ ପିତା ଓ ଓକିଲ କହିଛନ୍ତି।