Advertisement

ଅନ୍ୟ ମହିଳାଙ୍କ ସହ ଡାନ୍ସ କରିବା ପାଇଁ ମନା କରିବାରୁ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ

ଉଦୟପୁର,୨୭।୫: ରାଜସ୍ଥାନର ଉଦୟପୁରରେ ଜଣେ ୬୦ ବର୍ଷୀୟ ବୃଦ୍ଧ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପନଓ୍ବାଡା ପୋଲିସ ଷ୍ଟେଶନ ନିକଟବର୍ତ୍ତି ଅଞ୍ଚଳରେ ବାସ କରନ୍ତି କାଶୁରାମ ଓ ତାଙ୍କ ଭିଖାଲି। ଶୁକ୍ରବାର ପଡ଼ୋଶୀ ପରିବାରଙ୍କ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କାଶୁରାମ ଓ ଭିଖାଲି ଯାଇଥିଲେ। ସେଠାରେ କାଶୁରାମ ଅନ୍ୟ ମହିଳାଙ୍କ ଡାନ୍ସ କରିଥିଲେ। ତେବେ ଘରକୁ ଫେରିବା ପରେ ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ ଉତ୍ତ୍ୟକ୍ତ କାଶୁରାମ ଭିଖାଲୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଶନିବାର ଏହି ଘଟଣା ବାବଦରେ ମୃତ ଭିଖାଲୀଙ୍କ ସାବତ ପୁଅ ପୋଲିସଙ୍କୁ ଏତଲା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ମାମଲା ରୁଜୁ କରିଛି। ଏଥିସହ ରବିବାର କାଶୁରାମଙ୍କୁ ଗିରଫ କରିଛି ପୋଲିସ। ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share