ଅନ୍ୟ ରାଜ୍ୟରୁ ଗଞ୍ଜାମ ଫେରିବାକୁ ପଞ୍ଜୀକରଣ କଲେଣି ୧.୯୧ ଲକ୍ଷ ଲୋକ

ଛତ୍ରପୁର, ୨୯।୪(ଡି.ଏନ୍‌.ଏ.): ଲକ୍‌ଡାଉନ ଉଠିବା ପରେ ବିଭିନ୍ନ ରାଜ୍ୟରୁ ଗଞ୍ଜାମ ଜ଼ିଲାକୁ ଶ୍ରମିକ, ଛାତ୍ରୀଛାତ୍ର ଓ ଅନ୍ୟମାନେ ଫେରିବେ। ଏ ନେଇ ପଞ୍ଜୀକରଣ କରିବାକୁ ଓଡିଶା ସରକାର ବାଧ୍ୟତାମୂଳକ କରିଛନ୍ତି। ଗତ ୨୪ ତାରିଖରୁ ଏହି ପଞ୍ଜୀକରଣ ଆରମ୍ଭ ହୋଇଛି। ଅନଲାଇନ ସହ ଅଫ୍‌ଲାଇନରେ ମଧ୍ୟ ଗଞ୍ଜାମ ଫେରିବାକୁ ଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ଜରିଆରେ ପଞ୍ଜୀକରଣ କରାଯାଉଛି । ୨୮ ତାରିଖ ରାତି ସୁଦ୍ଧା ଅନ୍ୟ ରାଜ୍ୟରୁ ଗଞ୍ଜାମ ଫେରିବାକୁ ୧ ଲକ୍ଷ ୯୧ ହଜାର ୭୮୦ ଜଣ ପଞ୍ଜୀକରଣ କରିଥିବା ସୂଚନା ମିଳିଛି। ଏଥିମଧ୍ୟରେ ଜ଼ିଲାର ୨୨ ବ୍ଲକର ଗ୍ରାମାଞ୍ଚଳକୁ ଫେରିବା ପାଇଁ ୧ ଲକ୍ଷ ୮୨ ହଜାର ୮୫୪ ଜଣ ଓ ୧୮ ସହରାଞ୍ଚଳକୁ ୮ ହଜାର ୯୨୬ ଜଣ ଫେରିବା ପାଇଁ ପଞ୍ଜୀକରଣ କରିଛନ୍ତି। ଲକ୍‌ଡାଉନ ପରେ ପଞ୍ଜୀକରଣ କରିଥିବା ଲୋକ ଗଞ୍ଜାମ ଫେରିବେ। ଏହା ପରେ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ସୂଚନା ମିଳିଛି।

Share