ଅନ୍‌ଦେଖା କରୁଛେ ପର୍ଯ୍ୟଟନ ବିଭାଗ: ଅବହେଲିତ ଅବସ୍‌ତାରେ କରକ ଜଲପ୍ରପାତ

କୋକସରା, ୪।୧ (ଡି.ଏନ୍‌.ଏ.)-
ପାହାଡ଼ ଜଂଗଲ ଘେରା ପ୍ରାକୃତିକ ସୁଁଦରତାରେ ଭରପୁର କଳାହାଣ୍ଡି ଜିଲାରେ ରହିଛେ ଅନେକ ମନ୍‌ଲୁଭା ପର୍ଯ୍ୟଟନ ଥଲ। ଇଥ୍‌ରୁ କେତେ ରାଏଜ୍‌ ସରକାରକଁର ତରଫୁ ପର୍ଯ୍ୟଟନ ଥଲର ମାଏନ୍‌ତା ପାଇଥିଲାବେଲେ ଆରକେତେ ଆଏଜ୍‌ ବି ମାଏନ୍‌ତା ପାଏବାରୁ ବଁଚିତ୍‌ ହେଇ ରହିଛେ। ଅଂଚଲର ଏନ୍‌ତା ଗୁଟେ ମନ୍‌ଲୁଭା ପର୍ଯ୍ୟଟନ ଥଲ କରକ ଜଲପ୍ରପାତ ଆଏଜ୍‌ ବି ରାଏଜ୍‌ ସରକାରକଁର ମାଏନ୍‌ତାକେ ଟାକିଛେ।
ସୂଚନା ଅନ୍‌ସାରେ କୋକସରା ବ୍ଲକ ଆମପାଣି ପଁଚେତ୍‌ ସାହାଜଖୋଲ ଜଂଗଲ ତଥା ଜାତୀୟ ରାଜପଥ ୨୬ ଆମପାଣିରୁ ୫ କି.ମି. ଦୂରେ ରହିଛେ ଇ ଜଲପ୍ରପାତ। ହେଲେ ଦୁଖର କଥା ଆଏଜ୍‌ ବି ଇ ମନ୍‌ଲୁଭା ପର୍ଯ୍ୟଟନ ଥଲ ଜିଲା ପର୍ଯ୍ୟଟନ ବିଭାଗର ନଜର ବାହାରେ ରହିଛେ। ଇ ବାବ୍‌ଦେ ଅନେକ ସମିଆରେ ଭିନେ ଭିନେ ଗଣମାଧ୍ୟମରେ ଖବର ବି ବାହାରିଛେ। ହେଲେ ପର୍ଯ୍ୟଟନ ବିଭାଗ ତରଫୁ ଆଏଜ୍‌ତକ ଇତାର ବିକାଶ ଲାଗି କେହେନ୍‌ସି ଆଏଁଖ୍‌ ଦୁର୍‌ଶିଆ ପଦକ୍ଷେପ ନାଇଁ ନିଆଯାଇ। ଯେନ୍‌ଥିରଲାଗି ପିକ୍‌ନିକ ସମିଆ, ନୂଆବଛର୍‌ରେ ବାହାରୁ ଆସୁଥିବାର ପର୍ଯ୍ୟଟକମାନେ ବଡ଼ା ହଇରାନ ହରକତ ହେଉଛନ୍‌। ଇ ପର୍ଯ୍ୟଟନ ଥଲକେ ପର୍ଯ୍ୟଟକମାନକୁ ଯିବାକେ ହେଲେ ଆମପାଣିରୁ ଜାନିପଡ଼ା ଦେଇ ୨ରୁ ୩ କି.ମି. ମାଟି ରାସ୍‌ତାରେ ଚାଲିଚାଲି ଯିବାକେ ପଡ଼ୁଛେ। ଇଆଡ଼େ ରାଏଜ୍‌ ସରକାରକଁର ପର୍ଯ୍ୟଟନ ବିଭାଗ ପର୍ଯ୍ୟଟନ ଥଲମାନକର ବିକାଶ ଲାଗି ଟଁକା ଯୁଗେଇ ଦେଉଛନ୍‌। ସେ ହିସାବେ କଳାହାଣ୍ଡି ଜିଲା କୋକସରା ବ୍ଲକର ଗୁଡ଼ହାଣ୍ଡି, ଡୋକରୀଚଞ୍ଚରା ୧୨ ବଛର ତଲେ ପର୍ଯ୍ୟଟନ ଥଲର ମାଏନ୍‌ତା ପାଇଛେ। ହେଲେ ଆଏଜ୍‌ତକ ଇ ପର୍ଯ୍ୟଟନ ଥଲମାନକର ବିକାଶ ନାଇଁ ହେଇପାରି। କୋକସରା ବ୍ଲକରେ ଥିବାର ଏନ୍‌ତା ଅନେକ ପର୍ଯ୍ୟଟନ ଥଲକେ ପିକ୍‌ନିକ ସମିଆରେ ଜିଲା ଆର ପଡ଼ିଶା ଜିଲାମାନକରୁ ବନଭୁଜି କରବାକେ ଲୁକ୍‌କର ଧାର ଲମୁଛେ। ହେଲେ ସେ ହିସାବେ ଜିଲା ପରଶାସନ ଆର ପର୍ଯ୍ୟଟନ ବିଭାଗ ଇ ପର୍ଯ୍ୟଟନ ଥଲମାନକର ବିକାଶକେ ଗୁରୁତ୍‌ ନାଇଁଦେବାର। ପର୍ଯ୍ୟଟନ ଥଲମାନକର ବିକାଶ ଦିଗେ ଜିଲା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦୁରୁଷ୍‌ଟି ଦେବାକେ ଅଂଚଲବାସୀ ଦାବି କରିଛନ୍‌। ସେନ୍‌ତା ଇ ବାବ୍‌ଦେ ଆମପାଣି ସରପଁଚ୍‌ ଟିକିଚନ୍ଦ୍ର ଧଙ୍ଗଡ଼ାମାଝିକୁଁ ପଚ୍‌ରାଲାରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ରାସ୍‌ତା କାମ୍‌ କେତେ ହେଇଛେ, ଅଲପ୍‌ ବାକି ରହିଛେ। ଆଏବା ବଛର ରାସ୍‌ତାର ଉନ୍‌ନତିକରନ କରାଯିବା ବଲି ସେ କହିଛନ୍‌। କରକ ଜଲପ୍ରପାତକେ ରାସ୍‌ତାର ବେବସ୍‌ତା ହେଲେ ଆଏବାର ଦିନେ ପର୍ଯ୍ୟଟକମାନକର ଆହୁରି ଭିଡ଼ ଜମ୍‌ବା ବଲି ବୁଧିଜୀବୀ ମହଲରେ ମତପରକାଶ ପାଉଛେ।

Share