Categories: ବାଣିଜ୍ୟ

ଅନ୍‌ବୋର୍ଡ ସେବାର ଆଉଟସୋର୍ସିଂ କରିବ ରେଲଓ୍ବେ

ନୂଆଦିଲ୍ଲୀ,୨୩-୧୧: ରେଲଓ୍ବେ ଏହାର କମର୍ସିଆଲ ଏବଂ ଅନ୍‌ବୋର୍ଡ ସେବାର ଆଉଟସୋର୍ସିଂ କରିବ। ଘରୋଇ କମ୍ପାନୀଗୁଡିକଠାରୁ ଏହି ସେବା ନିଆଯିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବାର ସୂଚନା ଦେଇଛନ୍ତି। ରେଲଓ୍ବେର ଘରୋଇକରଣ ନେଇ ରହିଥିବା ଏକ ପ୍ରଶ୍ନ ଉପରେ ଗୋୟଲ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ରେଲଓ୍ବେ ଭାରତ ଏବଂ ଭାରତୀୟଙ୍କ ସମ୍ପତ୍ତି। ଏହା ଆଗକୁ ମଧ୍ୟ ରାଷ୍ଟ୍ରାୟତ୍ତ ସମ୍ପତ୍ତି ହୋଇ ରହିବ। ରେଲଓ୍ବେର ଘରୋଇକରଣ ନେଇ କୌଣସି ସମ୍ଭାବନା ପ୍ରସଙ୍ଗକୁ ସେ ଖାରଜ କରିଛନ୍ତି। ସରକାର ରେଲଓ୍ବେର ଘରୋଇକରଣ କରୁ ନ ଥିବା ବେଳେ ଯାତ୍ରୀ ସୁବିଧାକୁ ଉନ୍ନତ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା କହିଛନ୍ତି। ଆଗାମୀ ୧୨ ବର୍ଷରେ ରେଲଓ୍ବେ ୫୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆବଶ୍ୟକ କରୁଛି। ଏହା ରେଲଓ୍ବେ ଏକାକୀ କରିବା ସମ୍ଭବ ନୁହେଁ। ଏଣୁ ଏଥିଲାଗି ବିଭିନ୍ନ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯାଉଛି ସେ ସ୍ପଷ୍ଟ କରିଛନ୍ତି।

Share