Categories: ଜାତୀୟ

ଅନ୍‌ଲାଇନରେ ଆଉ ଖେଳି ପାରିବେନି ରମି ଗେମ୍‌, ଏହି ରାଜ୍ୟ ସରକାର ଲଗାଇଲେ ପ୍ରତିବନ୍ଧକ

ଥିରୁଭନନ୍ତପୁରମ,୨୮।୨: ଏବେ ଅନ୍‌ଲାଇନରେ ଆଉ ରମି ଗେମ୍‌ ଖେଳିପାରିବେ ନାହିଁ। ଏନେଇ କେରଳ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଶନିବାର ସରକାର ଏହି ଘୋଷଣା କରିଛନ୍ତି। ଏନେଇ ଅଧିସୂଚନା ଜାରି କରାଯାଇଛି। ଏଥିରେ କୁହାଯାଇଛି କି, ଅନ୍‌ଲାଇନରେ ରମି ଗେମ୍‌ ଖେଳାଯାଇପାରିବ ନାହିଁ। ଏଥିପାଇଁ କେରଳ ଗେମିଂ ଆକ୍ଟ ୧୯୬୦ ଧାରା ୧୪ଏରେ ସଂଶୋଧନ କରାଯାଇଛି। ଦୁଇ ସପ୍ତାହ ପୂର୍ବରୁ ସରକାର କେରଳ ହାଇକୋର୍ଟଙ୍କୁ ସୂଚନା ଦେଇଥିଲେ ଯେ ଅନ୍‌ଲାଇନ ରମି ଖେଳ ଉପରେ ପ୍ରତିବନ୍ଧକ ଲାଗିବ।

ଅନ୍‌ଲାଇନ ରମି ଖେଳ ଏବଂ ଜୁଆ ଖେଳକୁ ପ୍ରୋତ୍ସାହିତ କରୁଥିବା ଓ୍ବେବ୍‌ସାଇଟ୍‌ ଏବଂ ଆପ୍‌ ବିରୋଧରେ କୋର୍ଟ ଏକ ଆବେଦନ ଶୁଣାଣି କରିଥିଲେ। କୋର୍ଟ କହିଛନ୍ତି ଯେ, ରାଜ୍ୟ ସରକାର ଏହା ଉପରେ କାର୍ଯ୍ୟ କରିବାକୁ କହିଥିଲେ। କାରଣ ଲକ୍‌ଡାଉନ ସମୟରେ ଅନ୍‌ଲାଇନ ଜୁଆଖେଳରେ ହାରିବା ପରେ କେରଳର ଅନେକ ଲୋକ ସବୁକିଛି ହରାଇଥିଲେ। କିଛି ଲୋକ ଆତ୍ମହତ୍ୟା ବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କୋର୍ଟ କହିଛନ୍ତି।

Share