Categories: ଖେଳ

ଅନ୍‌ଲାଇନରେ ଟିକେଟ କଳାବଜାର

କଟକ ଅଫିସ,୧୮ା୧୨- ଏବେ ଅନଲାଇନ୍‌ରେ ଉପଲବ୍ଧ ହେଉଛି ବାରବାଟୀ ଟିକେଟ୍‌। ଟିକେଟ୍‌ ବିକ୍ରି ପାଇଁ ହୋଇଥିବା କୌଣସି ଅଫିସିଆଲ ୱେବସାଇଟରେ ଏହା ମିଳୁନ, ବରଂ ପୁରୁଣା ଜିନିଷକୁ ବିକ୍ରି କରୁଥିବା ଏକ ନାମୀ ୱେବସାଇଟରେ ବାରବାଟୀ ମ୍ୟାଚ୍‌ର ଟିକେଟ ବିକ୍ରି ନିମନ୍ତେ ବିଜ୍ଞପ୍ତି ତାଲିକାରେ ରହିଛି। ଏପରି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି। ପୁରୁଣା ଜିନିଷକୁ କମ୍‌ ଦରରେ ବିକ୍ରି କରୁଥିବା ଏହି ୱେବସାଇଟରେ କିନ୍ତୁ ବାରବାଟୀ ମ୍ୟାଚ୍‌ ଟିକେଟ ମୂଲ୍ୟ ୩ଗୁଣା ରହିଛି। ଟିକେଟ କଳାବଜାରକୁ ରୋକାଯିବା ପାଇଁ ପୋଲିସ ତୃଣମୂଳସ୍ତରରେ ଚେଷ୍ଟା କରୁଥିବା ବେଳେ ଦଲାଲମାନେ ଅନ୍‌ଲାଇନର ସହାୟତା ଲୋଡ଼ିଥିବା କୁହାଯାଉଛି। ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ର ଟିକେଟ୍‌ ଡିସେମ୍ବର ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନରେ ବିକ୍ରି କରାଯିବ ବୋଲି ଘୋଷଣା ହୋଇଥିଲା। ୧୧ଦିନ ତ ଦୂରର କଥା, ମାତ୍ର ଗୋଟିଏ ଘଣ୍ଟାରେ ଅନଲାଇନର ସମସ୍ତ ଟିକେଟ ଶେଷ ହୋଇଯାଇଥିଲା। ଚଳିତବର୍ଷ ମୋଟ୍‌ ୯୩୧୦ଟି ଟିକେଟ ଅନଲାଇନରେ ଉପଲବ୍ଧ ଥିଲା। ଅନ୍ୟପକ୍ଷରେ ମଙ୍ଗଳବାର ସନ୍ଧ୍ୟାରେ ହିଁ ଓସିଏ ସହ ଅନୁବନ୍ଧିତ ୟୁନିଟଗୁଡ଼ିକର ଟିକେଟ କିଣା ଶେଷ ହୋଇଛି। ଏବେ

Share