Categories: ଖେଳ

ଅନ୍‌ଲାଇନରେ ଦେଖିହେବ ଓ୍ବେଲ୍ସ ରଗ୍‌ବୀ ଖେଳାଳି ଓ୍ବାଟକିନ୍ସଙ୍କ ଅନ୍ତ୍ୟେଷ୍ଟି କ୍ରିୟା

ଲଣ୍ଡନ, ୨୦।୩(ଏଏଫ୍‌ପି)- ପୂର୍ବତନ ଓ୍ବେଲ୍ସ ରଗ୍‌ବୀ ଖେଳାଳି ମାଥ୍ୟୁ ଜେ ଓ୍ବାଟକିନ୍ସଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଅନଲାଇନରେ ପ୍ରସାରଣ କରାଯିବ। କରୋନା ଭାଇରସ ଯୋଗୁ ଏହି ଖେଳାଳିଙ୍କ ଶେଷଯାତ୍ରାରେ ଫ୍ୟାନ ଓ ସାଥୀ ଖେଳାଳିମାନେ ଯୋଗଦେଇପାରିବେ ନାହିଁ। ୨୦୦୩ରୁ ୨୦୦୬ ମଧ୍ୟରେ ଓ୍ବେଲ୍ସ ପାଇଁ ୧୮ କ୍ୟାପ ଜିତିଥିଲେ। ୪୧ ବର୍ଷୀୟ ଓ୍ବାଟକିନ୍ସ ପେଲଭିକ୍‌ କର୍କଟ ରୋଗରେ ପୀଡ଼ିତ ଥିଲେ। ଚଳିତ ମାସରେ ତାଙ୍କର ପରଲୋକ ଘଟିଛି। ପୂର୍ବତନ ଡ୍ରାଗନ୍ସ, ସ୍କାରଲେଟ୍ସ ଓ ଗ୍ଲୁସେଷ୍ଟର ସେଣ୍ଟରଙ୍କ ଅନ୍ତ୍ୟେଷ୍ଟି କ୍ରିୟା ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବ। ଏଥିଯୋଗୁ କାର୍ଡିଫଠାରେ ବଡ଼ସଂଖ୍ୟାରେ ପ୍ରଶଂସକଯୋଗଦେବାର ସମ୍ଭାବନା ରହିଛି। କିନ୍ତୁ ଉଡ୍‌ଫିଲ୍ଡ ପାର୍କ ଫୁନେରାଲ ଡିରେକ୍ଟର ଓ୍ବେବସାଇଟ୍‌ରେ କହିଛନ୍ତି, ଏଭଳି ସମୟରେ ମାଥ୍ୟୁଙ୍କ ଅନ୍ତ୍ୟେଷ୍ଟି ପ୍ରକ୍ରିୟାରେ ତାଙ୍କ ପରିବାର ସଦସ୍ୟ ଓ ନିକଟ ବନ୍ଧୁ ଯୋଗଦେଇପାରିବେ। ୧୪ ବର୍ଷର ଲମ୍ବା କ୍ୟାରିୟରରେ ଓ୍ବାଟକିନ୍ସ କ୍ଲବ ସ୍ତରରେ ୩୦୦ରୁ ଅଧିକ ମ୍ୟାଚ୍‌ ଖେଳିଥିଲେ।

Share