Categories: ଜାତୀୟ

ଅନ୍‌ଲାଇନ୍‌ରେ ପିଆଜ କିଲୋ ୧୫୦, ଆଳୁ ୧୦୦

ଲକ୍ଷ୍ନୌ,୩୦।୯: ସମଗ୍ର ଦେଶରେ ଏବେ ପିଆଜ ଦର ବୃଦ୍ଧି ପାଇଛି। ଏହାର ବର୍ଦ୍ଧିତ ଦର ସାଧାରଣ ଲୋକଙ୍କ ପକେଟ୍‌କୁ ସିଧା ମାଡ଼ କରୁଛି। କେଉଁଠି ପିଆଜ କିଲୋ ପ୍ରତି ୬୦ଟଙ୍କା ହୋଇଥିବା ବେଳେ ଆଉ କେଉଁଠି ୮୦ ଟଙ୍କା ହୋଇଛି। ହେଲେ ଅନ୍‌ଲାଇନ୍‌ ଶପିଂ କମ୍ପାନୀ ଆମାଜନ୍‌ରେ ପିଆଜ କିଲୋ ପ୍ରତି ୧୫୦ ଟଙ୍କା ହୋଇଥିବା ବେଳେ ଆଳୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି। ଏହା ଉପରେ ଡେଲିଭରି ଚାର୍ଜ ମଧ୍ୟ ଅଧିକ ରହିଛି। ଉତ୍ତରପ୍ରଦେଶର ଗାଜିଆବାଦ ସହରରେ ପିଆଜ ଓ ଆଳୁ ଡେଲିଭରି ପାଇଁ ଜିନିଷ ସହ ଲୋକଙ୍କଠାରୁ ଅଧିକ ୮୫ ଟଙ୍କା ନିଆଯାଉଥିବା ଜଣାପଡ଼ିଛି। ଆମାଜନ୍‌ କମ୍ପାନୀ ପକ୍ଷରୁ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ସେଲ୍‌ ଲାଗିଛି। ଏହା ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ। ଏପଟେ କମ୍ପାନୀର ସେଲ୍‌ ଚାଲିଥିବା ବେଳେ ଅନ୍ୟପଟେ ପିଆଜ ଓ ଆଳୁର ବର୍ଦ୍ଧିତ ଦରକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି।

Share