ଅନ୍‌ଲାଇନ୍‌ରେ ମିଳିବ କୋର୍ଟ କାର୍ଯ୍ୟ ସୁବିଧା

କଟକ ଅଫିସ,୧୬ା୫: ଓଡ଼ିଶା ହାଇକୋର୍ଟ ଓ ଜିଲା କୋର୍ଟ କମ୍ପ୍ଲେକ୍ସଠାରେ ଶୁକ୍ରବାର ଇ-ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଓ ଜଷ୍ଟିସ୍‌ କୁମାରୀ ସଞ୍ଜୁ ପଣ୍ଡା ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି କେନ୍ଦ୍ରରୁ ଅନ୍‌ଲାଇନରେ ହେଉଥିବା ବିଭିନ୍ନ ପ୍ରକାର କୋର୍ଟ କାର୍ଯ୍ୟର ସୁବିଧା ପାଇବେ ଆଇନଜୀବୀ ଓ ଏତଲାକାରୀ। ମାମଲା ସ୍ଥିତି, ଭିଡିଓ କନଫରେନ୍ସ ଜରିଆରେ ଶୁଣାଣିରେ ଭାଗନେବା, ଶୁଣାଣିର ନକଲ, ଇ-ମୁଲାକାତ୍‌ ପାଇଁ ଆବେଦନ ସହ ଅନ୍ୟ ଆଇନ୍‌ଗତ ସୁବିଧା ମିଳିବ। ଯେଉଁମାନେ ଏହି କେନ୍ଦ୍ରକୁ ଯାଇ ନ ପାରିବେ, ସେମାନଙ୍କୁ ଏହି ସବୁ ସୁବିଧା ହାଇକୋର୍ଟର ୱେବ୍‌ସାଇଟ୍‌ରେ ମଧ୍ୟ ମିଳିବ। ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲା ଓ ତାଲୁକାସ୍ତରୀୟ କୋର୍ଟରେ ମଧ୍ୟ ଇ-ସେବା କେନ୍ଦ୍ର ଖୋଲାଯିବ। କେନ୍ଦ୍ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଡଭୋକେଟ୍‌ ଜେନେରାଲ୍‌, ଆସିଷ୍ଟାଣ୍ଟ ସଲିସିଟର୍‌ ଜେନେରାଲ୍‌, ହାଇକୋର୍ଟ ବାର୍‌ ଆସୋସିଏଶନ ପଦାଧିକାରୀ ଏବଂ ହାଇକୋର୍ଟ ରେଜିଷ୍ଟ୍ରାର ଉପସ୍ଥିତ ଥିଲେ।

Share