ଅନ୍‌ଲାଇନ୍‌ରେ ଯୌନ ବେପାର

ବେଙ୍ଗାଲୁରୁ,୨୮ା୫: ମହାମାରୀ କରୋନା ଭୟରେ ଦେହଜୀବୀମାନେ ବାହାରକୁ ବାହାରୁ ନାହାନ୍ତି। ଫଳରେ ସେମାନଙ୍କ ବେପାର ଠପ୍‌ ହୋଇଯାଇଛି। ଲୋକମାନେ ମଧ୍ୟ କରୋନା ଭୟରେ ସେମାନଙ୍କ ସହ ମିଳାମିଶା ବନ୍ଦ କରିଦେଇଛନ୍ତି। ତେଣୁ ଦୁର୍ଦ୍ଦିନରେ ଏବେ ଦେହଜୀବୀଙ୍କ ଜୀବନ କଟୁଥିବା ବେଳେ ବେଙ୍ଗାଲୁରୁରେ ଚାଲିଛି ଅନ୍‌ଲାଇନ୍‌ ସେକ୍ସଓ୍ବାର୍କ। କେତେଜଣ ଟେକ୍‌ ସେଭି ସେକ୍ସ ଓ୍ବାର୍କର ଅନ୍‌ଲାଇନ୍‌ରେ ସେମାନଙ୍କ ଦେହବେପାର ଆରମ୍ଭ କରିଦେଇଛନ୍ତି। ଭିଡିଓ ଟେଲିଫୋନୀ ପ୍ଲାଟଫର୍ମ ମାଧ୍ୟମରେ ସେମାନେ ଧନ୍ଦା ଆରମ୍ଭ କରିବା ସହ ଇ-ଓ୍ବାଲେଟ୍ସ ମାଧ୍ୟମରେ ପେମେଣ୍ଟ ନେଉଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ ଯୋଗୁ ସବୁ ଟ୍ରାଭେଲ ପ୍ଲାନ୍‌ ଫସର ଫାଟୁଥିବା ବେଳେ ଏଭଳି ଅନ୍‌ଲାଇନ୍‌ ସେକ୍ସଓ୍ବାର୍କକୁ ଅନେକ ଗ୍ରହଣ କରୁଥିବା ଦେଖାଯାଇଛି। ଜୁମ୍‌ ଆଇଡି ଓ ପାସ୍‌ଓ୍ବାର୍ଡ ଦିଆନିଆ ସହ ଟାଇମ୍‌ସୁଡ୍ୟୁଲ ମାଧ୍ୟମରେ ଏହି ଅନ୍‌ଲାଇନ୍‌ ସେକ୍ସଓ୍ବାର୍କ ଚାଲିଛି। ଭିଡିଓ କଲରେ କଥାବାର୍ତ୍ତା ଓ ବିଭିନ୍ନ ବଡିପୋଜ୍‌କୁ ନେଇ ଦର ନିର୍ଦ୍ଧାରଣ କରାଯାଇଥାଏ ବୋଲି ଜଣେ ବ୍ୟବସାୟୀ ତଥା ଗ୍ରାହକ ମତ ପ୍ରକାଶ କରି କହିଛନ୍ତି। ଏଥିରେ ଦେହଜୀବୀମାନେ ଘଣ୍ଟା ପିଛା ଦର ନିର୍ଦ୍ଧାରଣ କରିଥାନ୍ତି। ଠକାମିରୁ ବର୍ତ୍ତିବା ଲାଗି ଦେହଜୀବୀମାନେ ଭିଡିଓ ଆରମ୍ଭ ହେବା ପୂର୍ବରୁ ପେଟିଏମ୍‌ କିମ୍ବା ଗୁଗଲ ପେ ମାଧ୍ୟମରେ ଅଧଘଣ୍ଟାକୁ ୧ ହଜାର ଟଙ୍କା ପୈଠ କରିବାକୁ (ଅପ୍‌ଫ୍ରଣ୍ଟ ପେମେଣ୍ଟ) ଦାବି କରିଥାନ୍ତି। ଏଭଳି ଦେହଜୀବୀଙ୍କ ମାତ୍ରା ବହୁତ୍‌ କମ୍‌ ଓ ହାଇ ଷ୍ଟାଟସ୍‌ର ବୋଲି ଜଣାପଡ଼ିଛି। ଲକ୍‌ଡାଉନ୍‌ ଯୋଗୁ ନିଜ ଗୁଜୁରାଣ ମେଣ୍ଟାଇବା ଲାଗି ଦେହଜୀବୀମାନେ ଏଭଳି ରାସ୍ତା ବାଛିନେଇଥିବା କୁହାଯାଉଛି।

Share