Categories: ଫୁରସତ

ଅନ୍‌ଲାଇନ୍‌ ଖେଳାଳିଙ୍କ ପାଇଁ ଗେମିଂ ବେଡ୍‌, ଦାମ୍‌ ରହିଛି ୮୧ ହଜାର

ଟୋକିଓ: ଅନ୍‌ଲାଇନ୍‌ ଗେମ୍‌ରେ ଯେଉଁମାନଙ୍କର ଉତ୍ସାହ ରହିଛି ସେମାନଙ୍କ ପାଇଁ ଏକ କମ୍ପାନୀ ଗେମିଂ ବେଡ୍‌ ତିଆରି କରିଛି। ଏହା ଉପରେ ଶୋଇ ଖେଳିପାରିବେ। ଏହା ଖେଳାଳିଙ୍କୁ କୌଣସି ଅସୁବିଧାରେ ପକାଇବ ନାହିଁ। ଏହି ବେଡ୍‌ରେ ଏକ ମ୍ୟାଟ୍ରେସ୍‌ ସହିତ ନରମ ଗଦି ଥିବା ହେଡ ବୋର୍ଡ ଲଗାଯାଇଛି। ଏଥିସହିତ ଏକ ଡେସ୍କ ମଧ୍ୟ ଲଗାଯାଇଛି। ଏଥିରେ ଏକ ସ୍ନାକ୍‌ ହୋଲ୍‌ଡର ରହିଛି। ଗେମ୍‌ ଖେଳିବା ସମୟରେ ସ୍ନାକ୍ସ ଖାଇବାର ମଜା ମଧ୍ୟ ନେଇପାରିବେ। ସ୍ମାର୍ଟଫୋନ୍‌ ହୋଲ୍‌ଡର ମଧ୍ୟ ରହିଛି। ଖେଳୁଥିବା ସମୟରେ ଯେମିତି ଫୋନ୍‌ ପଡ଼ି ନ ଯାଏ ସେପରି ବ୍ୟବସ୍ଥା କରାଯାଇଛି। ଏହି ବେଡ୍‌ର ଦାମ୍‌ ରହିଛି ୧୧୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାୋର ୮୧ ହଜାର ଟଙ୍କା।


କମ୍ପାନୀ ଅଧିକାରୀ କୁହନ୍ତି, ଅନ୍‌ଲାଇନ୍‌ ଗେମ୍‌ ଖେଳିବା ସମୟରେ ଖେଳାଳି ଯେମିତି ଅସୁବିଧାରେ ନ ପଡନ୍ତୁ। ଶୋଇକି ଆରାମରେ ଖେଳର ମଜା ନେବାକୁ ଦୃଷ୍ଟିରେ ରଖି ଏପରି ବେଡ୍‌ ତିଆରି କରାଯାଇଛି। କାରଣ ବସି ବସି ଖେଳିଲେ ଅଣ୍ଟା ପିଠି ଦରଜ ହେବାର ସମ୍ଭାବନା ରହିଛି। ତେଣୁ ଏହି ବେଡ୍‌କୁ ଆରାମଦାୟକ କରାଯାଇଛି। ଖେଳାଳି ବେଶ୍‌ ଭଲ ଭାବେ ଗେମ୍‌ ଉପଭୋଗ କରିପାରିବେ।

Share