ଅନ୍‌ଲାଇନ ପାଠପଢ଼ାରେ ନେଟ୍‌ୱର୍କ ବାଧକ: ହ୍ବାଟ୍‌ସଆପ୍‌ ଗ୍ରୁପରେ ୧୦ମ ଶ୍ରେଣୀର ମାତ୍ର ୧୦.୫୭ ପ୍ରତିଶତ ପିଲା

ଫୁଲବାଣୀ ଅଫିସ,୧୫ା୫- ମହାମାରୀ କରୋନା ସଂକ୍ରମଣର ଭୟାବହତାକୁ ଦେଖି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପଟେ ରାଜ୍ୟ ସରକାର ଓଡ଼ିଶାର ସମସ୍ତ ସ୍କୁଲକୁ ଜୁନ୍‌ ୧୭ ଯାଏ ଛୁଟି ଘୋଷଣା କରିଛନ୍ତି। ହ୍ବାଟ୍‌ସଆପ୍‌ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଅନଲାଇନ୍‌ରେ ପାଠ ପଢାଇବା ନିମନ୍ତେ ସମସ୍ତ ଜିଲା ପ୍ରଶାସନ ତଥା ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବଣପାହାଡ ଘେରା କନ୍ଧମାଳ ଜିଲାରେ ଏହାର ସୁଫଳ ମିଳୁ ନ ଥିବା ଦେଖିବାକୁ ମିଳିଛି ା ଅନ୍‌ଲାଇନ ପାଠ ପଢ଼ାରେ ମୋବାଇଲ ନେଟୱର୍କ ବାଧକ ସାଜିଛି ା ଗ୍ରାମାଞ୍ଚଳରେ ନେଟୱାର୍କ ନ ଥିବାରୁ ଛାତ୍ରୀଛାତ୍ରମାନେ ହ୍ବାଟ୍‌ସ ଆପ ଗ୍ରୁପରେ ଯୋଡି ହୋଇ ପାରୁନାହାନ୍ତି। ସହରାଞ୍ଚଳର ପିଲା ଯାହା ଏଥିରୁ ସୁଫଳ ପାଉଛନ୍ତି। ଜିଲାରେ ଅନ୍‌ଲାଇନ ଏହି ପାଠ୍ୟକ୍ରମ ତଥା ହ୍ବାଟ୍‌ସଆପ୍‌ ଗ୍ରୁପରେ ଦଶମ ଶ୍ରେଣୀର ମାତ୍ର ୧୦.୫୭ ପ୍ରତିଶତ ପିଲା ଯୋଡି ହୋଇଛନ୍ତି। ଏଥିରୁ ପିଲାମାନେ କିଭଳି ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ତାହା ସ୍ପଷ୍ଟ ବାରି ହୋଇପଡୁଛି ା
କନ୍ଧମାଳର ୫୦ ପ୍ରତିଶତ ଅଞ୍ଚଳରେ ଏବେ ବି ମୋବାଇଲ ସେବା ପହଞ୍ଚି ପାରିନାହିଁ। ଅର୍ଥାତ ନେଟୱର୍କ ନାହିଁ ା ଜିଲାର ସମସ୍ତ ୧୨ ବ୍ଲକରେ ଏହି ଅବସ୍ଥା। କେତେକ ସ୍ଥାନରେ ନେଟୱର୍କ ଥାଇ ବି ତାହା ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ ା ଅନ୍ୟପକ୍ଷରେ ଗରିବ ଶ୍ରେଣୀର ଲୋକେ ସେମାନଙ୍କ ପିଲାଙ୍କୁ ଆଣ୍ଡ୍ରଏଡ୍‌ ମୋବାଇଲ୍‌ ଫୋନ ଦେବାରେ ଅସମର୍ଥ ା ତେଣୁ ବିଦ୍ୟାଳୟରେ ଗଠନ ହେଉଥିବା ହ୍ବାଟ୍‌ସଆପ ଗ୍ରୁପରେ ପିଲାମାନେ ସାମିଲ ହୋଇପାରୁ ନାହାନ୍ତି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୧୬୬୨ଟି ସରକାରୀ ପ୍ରାଇମେରୀ ସ୍କୁଲ ଥିବା ବେଳେ ସେଥିମଧ୍ୟରୁ ଏ ପର୍ଯ୍ୟନ୍ତ ମାତ୍ର ୧୭୫ଟି ସ୍କୁଲରେ ହ୍ବାଟ୍‌ସଆପ ଗ୍ରୁପ ଗଠନ ହୋଇଛି ା ଯେଉଁଠି ୭୭ ହଜାର ୨ ଜଣ ପ୍ରାଥମିକ ଶ୍ରେଣୀ ପିଲାଙ୍କ ମଧ୍ୟରୁ ମାତ୍ର ୭୮୨ ଜଣ ହ୍ବାଟ୍‌ସଆପ ଗ୍ରୁପରେ ଯୋଡି ହେଇଛନ୍ତି। ସେହିପରି ୧୬୫ଟି ସେକେଣ୍ଡାରୀ ସ୍କୁଲରୁ ମାତ୍ର ୯୦ ସ୍କୁଲରେ ହ୍ବାଟ୍‌ସଆପ ଗ୍ରୁପ ଗଠନ ହୋଇପାରିଛି ା ୧୩,୪୫୭ ସେକେଣ୍ଡାରୀ ଛାତ୍ରୀଛାତ୍ରୀଙ୍କ ମଧ୍ୟରୁ ମାତ୍ର ୯୬୯ ଜଣ ଅର୍ଥାତ ୭.୨ ପ୍ରତିଶତ ଛାତ୍ରୀଛାତ୍ରୀ ହ୍ବାଟ୍‌ସଆପ ଗ୍ରୁପରେ ଯୋଡି ହେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜିଲାରେ ଚଳିତବର୍ଷ ୯୧୪୩ ଜଣ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୯୬୭ ଜଣ ହ୍ବାଟ୍‌ସଆପ ଗ୍ରୁପରେ ଯୋଡି ହୋଇଛନ୍ତି, ଯାହାକି ମାତ୍ର ୧୦.୫୭ ପ୍ରତିଶତ ା
ଅପରପକ୍ଷରେ ସରକାର ଡିଜିଟାଲ ଲର୍ନିଂ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଏଥିରେ ନବମ ଓ ଦଶମ ଶ୍ରେମୀ ପାଇଁ ଲାଇଭ୍‌ କ୍ଲାସ କରାଯିବ ା ଛାତ୍ରୀଛାତ୍ରଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିକ୍ଷକ ପାଠ ପଢାଇବେ ା ଏଥିପାଇଁ ପାଇଲଟ୍‌ ସ୍କୁଲ ଭାବେ ଜିଲାର ୧୦ଟି ସ୍କୁଲକୁ ନିଆଯାଇଛି ା ବର୍ତ୍ତମାନ ପାଇଲଟ୍‌ ୧୦ଟି ସ୍କୁଲର ଆଇଡି ପ୍ରସ୍ତୁତ ହୋଇ ଜିଲାସ୍ତରରେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଶେଷ ହୋଇଛି ା ଏଥିରେ ବିଇଓମାନେ ତାଲିମ ନେଇ ସାରିଛନ୍ତି। ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ ପରେ ଏହି ଡିଜିଟାଲ କ୍ଲାସ ଆରମ୍ଭ ହେବ ା ତେବେ ଏହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟିି ହୋଇଛି। କାରଣ ଏଥିପାଇଁ ଛାତ୍ରୀଛାତ୍ରଙ୍କ ପାଖରେ ଲାପଟପ୍‌ କିମ୍ବା କମ୍ପ୍ୟୁଟର ଥିବା ନିହାତି ଆବଶ୍ୟକ ା ଯାହା ଏକପ୍ରକାର ଅସମ୍ଭବ। ଜିଲାରେ ଅନଲାଇନ ପାଠପଢା ପାଇଁ ରହିଥିବା ସମସ୍ୟା ବିଷୟରେ ସରକାରଙ୍କୁ ଅବଗତ କରାଯାଇ ସାରିଛି ବୋଲି ଜିଲା ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ: ଅଭିଯୁକ୍ତ ଥାନାରେ ଅଟକ

ଥୁଆମୂଳ ରାମପୁର,୧୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଦଶମ ଶ୍ରେଣୀ ଛାତ୍ରୀ ମା’...

ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼...

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri