ଅନ୍‌ୱାର ଖାନ୍‌ଙ୍କୁ ତଟରକ୍ଷକ ସାହସିକତା ପଦକ:ପ୍ରଥମ ଓଡ଼ିଆ ଭାବେ ମିଳିଲା ସମ୍ମାନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ):କୋଷ୍ଟ ଗାର୍ଡର ଡିଆଇଜି ଅନ୍‌ୱାର ଖାନ୍‌ଙ୍କୁ ତଟରକ୍ଷକ ସାହସିକତା ପଦକ ପ୍ରଦାନ କରାଯାଇଛି। ଏହି ପଦକ ପାଇବାରେ ସେ ପ୍ରଥମ ଓଡ଼ିଆ ଅଫିସର। ମଙ୍ଗଳବାର ଚେନ୍ନାଇଠାରେ ଆୟୋଜିତ ଏକ ବଣ୍ଣର୍ର୍ାଢ଼୍ୟ ଉତ୍ସବରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ଏହି ସାହସିକତା ମେଡାଲ ପିନ୍ଧାଇଥିଲେ। ସୂଚନାଯୋଗ୍ୟ, ୨୦୧୬ ମେ ୧୮ରେ ଚେନ୍ନାଇ ଉପକୂଳରେ ଥିବା ସମୁଦ୍ରରେ ଭୟାବହ ବାତ୍ୟା ‘ରୁଆନୁ’କୁ ଭୃକ୍ଷେପ ନ କରି ଏକ ଜାହାଜରେ ଫସିଥିବା ୧୧ଜଣ ଲୋକଙ୍କୁ ଉଦ୍ଧାର କରିବାରେ ସେ ମୁଖ୍ୟ ଭୂମିକା ନେଇଥିଲେ। ଖାଲି ସେତିକି ନୁହେଁ, ସେମାନଙ୍କ ଜୀବନ ବଞ୍ଚେଇବା ସହିତ ଜାହାଜଟିକୁ ମଧ୍ୟ ସମୁଦ୍ରରେ ବୁଡ଼ିବାକୁ ଦେଇ ନ ଥିଲେ। ଜାହାଜଟିକୁ ସମୁଦ୍ରରେ ଛାଡ଼ି ଦେଇ ଆସିବାରେ ବାଧା ନ ଥିଲେ ମଧ୍ୟ ଅନୱାର ଏହାଦ୍ୱାରା ପରିବେଶ ପ୍ରଦୁଷିତ ହେଇଯିବ, ସେଥିପାଇଁ ସେ ଷ୍ଟିଲ ତାରରେ ବାନ୍ଧି କୂଳକୁ ଭିଡ଼ି ଭିଡ଼ି ଆଣିବା ପାଇଁ ନିର୍ଣ୍ଣୟ ନେଇଥିଲେ। ଭୟଙ୍କର ବାତ୍ୟାକୁ ପରାଜିତ କରି ପରିବେଶ ପାଇଁ ବୁଡ଼ିବାକୁ ଯାଉଥିବା ଜାହାଜକୁ ଷ୍ଟିଲ ତାରରେ ଭିଡ଼ି କୂଳକୁ ଆଣିବାରେ ସେ ସଫଳ ହୋଇଥିଲେ। ଅନୱାରଙ୍କର ଏହି ଅଦମ୍ୟ ସାହସ ତଥା କର୍ତ୍ତବ୍ୟ ପରାୟଣତା ଯାହା ଫଳରେ ୧୧ ଜଣଙ୍କ ଜୀବନ ବଞ୍ଚତ୍ବା ସହ ସାମୁଦ୍ରିକ ପରିବେଶକୁ ମଧ୍ୟ ରକ୍ଷା କରିଥିଲା। ସେଥିପାଇଁ କେନ୍ଦ୍ର ସରକାର ତାଙ୍କୁ ସାହସିକତା ମେଡାଲ ପାଇଁ ମନୋନୀତ କରିଥିଲେ। ଡିଆଇଜି ଅନୱାର ଭୁବନେଶ୍ବର ବାସିନ୍ଦା। ଭୁବନେଶ୍ୱର ଓୟୁଏଟିର କୃଷି ମହାବିଦ୍ୟାଳୟରେ ସ୍ନାତକ ଉତ୍ତୀର୍ଣ୍ଣ କରିବା ପରେ ୧୯୯୭ରେ କୋଷ୍ଟ ଗାର୍ଡରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ଯୋଗ ଦେଇଥିଲେ। ଓୟୁଏଟିରେ ପଢ଼ିବାବେଳେ ସେ ପ୍ରଥମ ଓଡ଼ିଶା ଘୋଡ଼ା ସବାର ବାହିନୀ ଏନସିସିରେ ସିନିୟର ଅଣ୍ଡର ଅଫିସର ଥିଲେ। ଜଣେ ଦକ୍ଷ ଅଶ୍ୱଚାଳକ ହିସାବରେ ସୁନାମ ଅର୍ଜିଥିବା ଅନୱାର ତାଙ୍କ ବ୍ୟାଚରେ ସାରା ଭାରତରେ ଶ୍ରେଷ୍ଠ ଅଲ୍‌ ରାଉଣ୍ଡ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମଧ୍ୟ ହୋଇ ପାରିଥିଲେ। ବର୍ତ୍ତମାନ ଅନୱାର ବିଶାଖାପାଟଣାରେ ପୂର୍ବତଟର ଏକମାତ୍ର ସ୍ବତନ୍ତ୍ର ପ୍ରଦୂଷଣ ନିୟନ୍ତ୍ରଣକାରୀ ଜାହାଜ ସମୁଦ୍ର ପହରଦାରରେ କମାଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରୁଛନ୍ତି।

Share