ଅନ୍‌ ଲାଇନ୍‌ କାରବାର ପାଇଁ ଇପିଏଫ୍‌ ଉପଭୋକ୍ତାଙ୍କୁ ପରାମର୍ଶ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ଇପିଏଫ୍‌ଓ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଉପଭୋକ୍ତାଙ୍କୁ ଅନ୍‌ ଲାଇନ୍‌ ଜରିଆରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିବେଦନ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ ତରଫରୁ ଏହି ନିବେଦନ କରାଯାଇଛି। ଇପିଏଫ୍‌ ସମ୍ବନ୍ଧୀୟ ଜମା ରାଶି ଟଙ୍କା ଉଠାଇବା ପାଇଁ କାର୍ଯ୍ୟାଳୟକୁ ନ ଆସି www.jeevanpramaan.gov.in ରେ ପ୍ରଦତ୍ତ ୟୁଏଏନ୍‌ ପୋର୍ଟାଲ ସାହାଯ୍ୟରେ ଦାବିପତ୍ର ଦାଖଲ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ସେହିପରି ପେନସନ୍‌ ଜୀବନ ପ୍ରମାଣପତ୍ର ପାଇଁ www.jeevanpramaan.gov.in. UMANG App ଏବଂ ଯେକୌଣସି ଅଭିଯୋଗ ପାଇଁ subject columnରେ grievance ଉଲ୍ଲେଖ କରି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଇମେଲ୍‌- ro.bhubaneshwar@epfindia.gov.in ରେ ପଠାଇବା ପାଇଁ କୁହାଯାଇଛି। ଏହା ବ୍ୟତୀତ ଅନ୍ୟ କୌଣସି ବିଷୟରେ ଜାଣିବା ପାଇଁ ପ୍ରଦତ୍ତ ଫୋନ୍‌ ନମ୍ବର 0୬୭୪-୨୫୪୩୫୬୬, ୨୫୪୩୨୬୯ ତଥା ନ୍ୟାଶନାଲ toll free ନମ୍ବର ୧୮୦୦-୧୧-୮୦୦୫ରେ ଉପଭୋକ୍ତାମାନେ ଯୋଗାଯୋଗ କରିପାରିବେ। ଅନ୍‌ ଲାଇନରେ ପ୍ରାପ୍ତ ଆବେଦନ ଉପରେ ତୁରନ୍ତ ପଦକ୍ଷେପ ନିଆଯାଇ ଉପଭୋକ୍ତାଙ୍କ ଫୋନ୍‌ ଏବଂ ଇମେଲ ଜରିଆରେ ସୂଚିତ କରାଯିବ ବୋଲି ଇପିଏଫଓ ଭୁବନେଶ୍ୱର ଅଫିସ୍‌ ପକ୍ଷରୁ କୁହାଯାଇଛି।

Share