ଅପରାଧରେ ବୁଡ଼ିଛନ୍ତି ୯୪୭ ପୋଲିସ ଅଧିକାରୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ। ଦୁର୍ନୀତି, ଅପରାଧ ଏବଂ ଅସଦାଚରଣ ଭଳି କୁତ୍ସିତ କାର୍ଯ୍ୟକଳାପ ଉପରେ ଲଗାମ ଲଗାଇବାକୁ ପ୍ରଶାସନିକ ସ୍ତରରେ ପୋଲିସ ବ୍ୟବସ୍ଥା ରହିଛି। ମାତ୍ର ବାଡ ଫସଲ ଖାଇବା ଭଳି ପୋଲିସ ବାବୁମାନେ ଅପରାଧ, ଦୁର୍ନୀତିଗ୍ରସ୍ତ ଭଳି କୁତ୍ସିତ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ଆମ ରାଜ୍ୟ ପୋଲିସ ପ୍ରଶାସନିକ ବ୍ୟବସ୍ଥାରେ ଏଭଳି କଳଙ୍କର ଛିଟା ବେଳକୁ ବେଳ ବଢିବାରେ ଲାଗିଛି। ଚାକିରି ଆରମ୍ଭରୁ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ସହ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଆଇନକାନୁନ ପାଳନ କରିବାକୁ ଶପଥ ନେଇଥିବା ପୋଲିସ ଅଧିକାରୀମାନେ ଯେ ଆଇନ ରକ୍ଷକ ବଦଳରେ ଭକ୍ଷକ ସାଜୁଛନ୍ତି, ସୂଚନା ଅଧିକାର ଆଇନ (ଆରଟିଆଇ) ତଥ୍ୟରୁ ଏକଥା ଜଳ ଜଳ ହୋଇ ଦିଶୁଛି।
ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୧୬ ଓ ୨୦୧୭ରେ ଓଡ଼ିଶା ପୋଲିସର ୯୪୭ ଜଣ ବଡ଼ ଅଫିସର (ଆଇପିଏସ୍‌, ଓପିଏସ୍‌, ଓଏପିଏସ)ଙ୍କ ଠାରୁ ଆରମ୍ଭ କରି ଇନ୍ସପେକ୍ଟର ଓ କନଷ୍ଟେବଳଙ୍କ ନାମରେ ଦୁର୍ନୀତି, ଅପରାଧ ଓ ବ୍ୟଭିଚାର ଭଳି ସଙ୍ଗିନ ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ ଆଇପିଏସ ଅଫିସର ୨୧ ଜଣ, ଓପିଏସ ୪୮ ଏବଂ ଓଏପିଏସ ୧୦ ଜଣଙ୍କ ନାମରେ ଅଭିଯୋଗ ରହିଛି। ଏହି କର୍ମଚାରୀମାନଙ୍କ କଦର୍ଯ୍ୟ ଆଚରଣ ଓ କାର୍ଯ୍ୟକଳାପ ଯୋଗୁ ସମଗ୍ର ପୋଲିସ ପ୍ରଶାସନକୁ କଳଙ୍କିତ ହେବାକୁ ପଡିଛି। କଟକ ପୋଲିସ ମୁଖ୍ୟ କାର୍ଯ୍ୟାଳୟରୁ ମିଳିଥିବା ଆରଟିଆଇ ସୂଚନା ମୁତାବକ ୨୦୧୬ ଓ ୨୦୧୭ ମଧ୍ୟରେ ଥାନାରେ କର୍ତ୍ତବ୍ୟ ନିର୍ବାହ କରୁଥିବା ୮୬୮ ଜଣ ପୋଲିସ ଅଧିକାରୀଙ୍କ ନାମରେ ମଧ୍ୟ ସଙ୍ଗିନ ଅଭିଯୋଗ ହୋଇଛି। ଜନସାଧାରଣଙ୍କୁ ପ୍ରତ୍ୟକ୍ଷ ସମ୍ମୁଖୀନ ହେଉଥିବା କନଷ୍ଟେବଳ ଓ ଇନ୍ସପେକ୍ଟରମାନେ ଦୁର୍ନୀତି ଓ ବ୍ୟଭିଚାରରେ ବୁଡ଼ି ରହୁଥିବା ଜଣାପଡିଛି। ୨୦୧୬ରେ ୪୩୯ ଜଣଙ୍କ ନାମରେ ଏଭଳି ସଙ୍ଗିନ ଅଭିଯୋଗ ହୋଇଥିବା ବେଳେ ୨୦୧୭ରେ ୪୨୯ ଜଣଙ୍କ ନାମରେ ଅଭିଯୋଗ ହୋଇଛି। କେବଳ ଯେ ତଳିଆ କର୍ମଚାରୀ କଳଙ୍କିତ ହୋଇଛନ୍ତି ତାହା ନୁହେଁ ଅନେକ ଆଇପିଏସ୍‌ ଏବଂ ଓପିଏସ୍‌ ଅଧିକାରୀମାନେ ମଧ୍ୟ ଦୁର୍ନୀତି ଓ ଅପରାଧ ଭଳି କଳଙ୍କକୁ ନିଜ ମୁଣ୍ଡରେ ବୋହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୨୧ ଜଣ ଆଇପିଏସ୍‌, ୪୮ ଓପିଏସ୍‌ ଅଫିସର ଏବଂ ୧୦ ଜଣ ଓଏପିଏସ ଅଫିସରଙ୍କ ନାମରେ ଦୁର୍ନୀତି, ହିଂସା ଏବଂ ଅସଦାଚରଣ ଭଳି ଅଭିଯୋଗ ହୋଇଛି। ତେବେ ସବୁଠୁ ଉଦ୍‌ବେଗର ବିଷୟ ହେଉଛି ଯେ, ଏଭଳି ସଙ୍ଗିନ ଅଭିଯୋଗ ସତ୍ତ୍ୱେ ପୋଲିସ ପ୍ରଶାସନ ସେହି ଅଭିଯୁକ୍ତ ଅଫିସରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏପରି କି ତଦନ୍ତ ବାହାନାରେ ମାମଲାକୁ ଦୀର୍ଘ ବର୍ଷ ଧରି ଗଡ଼ାଇ ଦିଆଯାଉଛି। ୮୬୮ ଅଫିସର ଓ ତଳିଆ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ ମଧ୍ୟ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣାପଡିଛି। ଏପରି କି ଅଭିଯୋଗ ପରେ ମଧ୍ୟ ଲୋକପାଳଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇନାହିଁ। ତେବେ ବିଭାଗ ପକ୍ଷରୁ ୩୪ ଜଣଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ୭ଟି ମାମଲାକୁ ଏହି ୨ ବର୍ଷ ମଧ୍ୟରେ ରଫାଦଫା କରାଯାଇଥିବା ସୂଚନା ଦିଆଯାଇଛି। ଅଧିକାରୀମାନଙ୍କ ଏଭଳି ଆଚରଣ ଯୋଗୁ ଜନସାଧାରଣଙ୍କର ପୋଲିସ ପ୍ରଶାସନ ଉପରୁ ବେଳକୁ ବେଳ ଭରସା ତୁଟି ଯାଉଛି। ଅପରାଧ ସହୁଥିଲେ ମଧ୍ୟ ଲୋକମାନେ ଥାନାକୁ ଯାଇ ଅଭିଯୋଗ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଯାତନାର କାହାଣୀ ବଖାଣିଲେ ବାଂଲାଦେଶୀ ଦେହଜୀବୀ

ଭୁବନେଶ୍ୱର,୨୫ା୧୧(ସତ୍ୟଜିତ୍‌ ରାଉତ): କଟକରେ ବାଂଲାଦେଶର ଜଣେ ନାବାଳିକା ଉଦ୍ଧାର ପରେ ଏହାକୁ ନେଇ କମିଶନରେଟ୍‌ ପୋଲିସ ଅଧିକ ତନାଘନା ଚଳାଇଛି। ତେବେ କଟକ ସହ ଭୁବନେଶ୍ୱରରେ...

ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୨୫ା୧୧(ଅନିଲ ଦାସ): ଆସନ୍ତା ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ବାଚସ୍ପତିଙ୍କ ଚାମ୍ବରରେ ସର୍ବଦଳୀୟ...

ବିଜେଡିକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ କହିଲେ…

ଭୁବନେଶ୍ୱର, ୨୫।୧୧(ସୁନିତ୍‌ ମିଶ୍ର):ଗଣତନ୍ତ୍ରରେ ହିଂସାକୁ କେହି ସମର୍ଥନ କରିବା ଉଚିତ ନୁହେଁ। ବିଜେଡି କେଉଁ ଅର୍ଥରେ ଏହାକୁ ସମର୍ଥନ କରୁଛି ତାହା ବୁଝାପଡ଼ୁନି। ସେମାନେ ଏହାକୁ...

ଆଇନଶୃଙ୍ଖଳା ପରିସ୍ଥିତି ନ ସୁଧୁରିଲେ ଆନ୍ଦୋଳନ: ବିଜେଡି

ଭୁବନେଶ୍ୱର,୨୫।୧୧(ଅନିଲ ଦାସ): ରାଜ୍ୟରେ ଭାଜପା କ୍ଷମତାକୁ ଆସିବାର ୫ ମାସ ପୂରିଯାଇଥିଲା ବେଳେ ଆଇନ ଶୃଙ୍ଖଳା କେବଳ ବିପର୍ଯ୍ୟସ୍ତ ହୋଇନି, ରାଜ୍ୟ ପୋଲିସ ବାହିନୀକୁ ସରକାରୀ...

ସୁଜୁକି ଇଣ୍ଡିଆର ମାଇଲେଜ ରାଲି

ଭୁବନେଶ୍ୱର,୨୫।୧୧ (ଅଭୟ ଦାଶ): ସୁଜୁକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମାଇଲେଜ ରାଲି’ ର ଶୁଭାରମ୍ଭ ସର୍ବଭାରତୀୟ ସ୍ତରରେ ଆରମ୍ଭ କରାଯାଇଛି।...

ବଜାରରେ ରୟାଲ ଏନ୍‌ଫିଲ୍ଡର ଗୁଆନ କ୍ଲାସିକ ୩୫୦

ଭୁବନେଶ୍ୱର,୨୫।୧୧: ଦେଶର ପ୍ରମୁଖ ପ୍ରିମିୟମ୍‌ ବୁଲେଟ୍‌ ବ୍ରାଣ୍ଡ ତଥା ରୟାଲ ଏନ୍‌ଫିଲ୍ଡର ଅଲ ନ୍ୟୁ ଗୁଆନ କ୍ଲାସିକ ୩୫୦’ର ସର୍ବଭାରତୀୟ ଅନାବରଣ ଉତ୍ସବ ସହ ବଜାର...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଯବାନଙ୍କ ପାଦ ଛିଣ୍ଡିଲା

ମାଲକାନଗିରି,୨୪ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକମା ଜିଲାରେ ଯବାନମାନେ କୋମ୍ବିଂ ସମୟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଯବାନଙ୍କ ପାଦ ଛିଣ୍ଡି ଗୋଡ଼ରୁ ଅଲଗା ହୋଇଯାଇଛି। ସେ ହେଲେ...

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,୨୪ା୧୧: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri