Categories: ଫୁରସତ

ଅପରାଧୀଙ୍କୁ ଧରିବ ଡ୍ରଗ୍‌ସ ପରୁଫ୍ୟୁମ୍‌

ଡ୍ରଗ୍‌ସ କାରବାର ରୋକିବା ପାଇଁ ନେଦରଲାଣ୍ଡ ପୋଲିସ ଏକ ଭିନ୍ନ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଖୁବ୍‌ଶୀଘ୍ର ପୋଲିସ ସ୍ଥାନୀୟ ଲୋକଙ୍କୁ ଡ୍ରଗ୍‌ସ ପରଫ୍ୟୁମ୍‌ ଦେବ। ଏମଡିଏମ୍‌ ଅର୍ଥାତ୍‌ ଏହି ଡ୍ରଗ୍‌ସର ନାମ ‘ଏକ୍ସଟେସୀ’ ରଖାଯାଇଛି। ପୋଲିସ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତି ଡ୍ରଗ୍‌ସ ସେବନ କରୁଥିବ କିମ୍ବା କାରବାର କରୁଥିବ ସେ ଏହି ଗନ୍ଧ ବାରିପାରିବ। ଫଳରେ ଅପରାଧୀଙ୍କୁ ଧରିବାରେ ପୋଲିସକୁ ସହଜ ହେବ। ଏହି ପ୍ରୋଜେକ୍ଟ ପାଇଁ ପ୍ରାୟ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ପୋଲିସ କହିଛି, ନେଦରଲାଣ୍ଡରେ ଡ୍ରଗ୍‌ସ ଅପରାଧୀଙ୍କୁ ଧରିବା ପାଇଁ ବହୁବାର ଚେଷ୍ଟା କରାଯାଇଛି। ପାରମ୍ପରିକ ତରିକାରେ ଡ୍ରଗ୍‌ସ କାରିବାର ରୋକିବା ସମ୍ଭବପର ହେଲାନାହିଁ ବୋଲି ଭିନ୍ନ ଏକ ତରିକା ଆପଣାଇଉି। ଶାନେଲ ନଂ ୫ ପରଫ୍ୟୁମ୍‌ ପରି ଏହାର ପ୍ୟାକିଂ ରଖାଯାଇଛି। ଏହାର ଗନ୍ଧ ବିଲ୍‌କୁଲ୍‌ ଡ୍ରଗ୍‌ସ ପରି। ଏହି ପରଫ୍ୟୁମ୍‌କୁ ପୋଲିସ କାର୍ଡ କିମ୍ବା ଗାଗୁଛାରେ ସ୍ପ୍ରେ କରି ଲୋକଙ୍କୁ ଦେବ। ଦେଶର ପ୍ରାୟ ସବୁ ଥାନାକୁ ଡ୍ରଗ୍‌ସ ପରଫ୍ୟୁମ୍‌ ବୋତଲ ପଠାଯାଇଛି। ଯବାନଙ୍କୁ ତାଲିମ ଦିଆଯାଇଛି ସେମାନେ ଲୋକଙ୍କୁ ଏ ସମ୍ପର୍କରେ ବୁଝାଇବେ। ତେଣୁ ଆଖପାଖ ଅଞ୍ଚଳରେ ଯଦି କେହି ଡ୍ରଗ୍‌ସ କାରବାର କରୁଥାଏ ତେବେ ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେବେ। ଫଳରେ ଅପରାଧୀ ଧରିବାରେ ପୋଲିସକୁ ସହଜ ହେବ। ନେଦରଲାଣ୍ଡ ପୋଲିସର ଏହି ପଦକ୍ଷେପକୁ ସାଧାରଣରେ ସ୍ବାଗତ କରାଯାଇଛି। ଏହା ନିଶ୍ଚିତ ରୂପେ ଏକ ଭଲ ପଦକ୍ଷେପ।

Share