ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ସୋମବାର ଅପରାହ୍ନରେ ଅର୍ଥାରତ ୩ଟା ୩୦ରେ ଘୋଷଣା କରାଯାଇପାରେ। ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ନିର୍ବାଚନ କମିଶନ ଏହା ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫେବୃୟାରୀ ପ୍ରଥମ ସପ୍ତାହରେ ଦିଲ୍ଲୀରେ ନିର୍ବାଚନ ହୋଇପାରେ ବୋଲି ଅନୁମାନ କରାଯାଉଛି। ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ଆଲୋଚନା ହେଉଛି। ତାରିଖ ଘୋଷଣା ହେବା ପରେ ଦିଲ୍ଲୀରେ ଆଚାର ସଂହିତା ଲାଗୁ କରାଯିବ। ସୂଚନାଯୋଗ୍ୟ, ଫେବୃୟାରୀରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ସରୁଛି। ତେଣୁ ଏହା ପୂର୍ବରୁ ନୂଆ ସରକାର ଗଠନ କରାଯିବ।