Categories: ଜାତୀୟ

ଅପରାହ୍ନ ୩ଟାରେ ହେବ ଶୀଲାଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ଶେଷକୃତ୍ୟ ରବିବାର ଅପରାହ୍ନ ୩ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପନ୍ନ କରାଯିବ ବୋଲି ସୂଚନା ରହିଛି। ଅପରାହ୍ନ ୨ଟା ୩୦ରେ ସେଠାରେ ତାଙ୍କର ମରଶରୀର ପହଞ୍ଚିବାର ସମୟ ଧାର୍ଯ୍ୟ କରାଯାଇଛି। ରବିବାର ସକାଳେ ଦିଲ୍ଲୀରେ ଥିବା କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି। ଶନିବାର ଅପରାହ୍ନ ୩ଟା ୫୫ରେ ଫୋଟିସ ଏସକର୍ଟସ୍‌ ହାର୍ଟ ଇନଷ୍ଟିଚ୍ୟୁଟରେ ୮୧ ବର୍ଷ ବୟସରେ ପରଲୋକ ହୋଇଥିଲା। ହୃଦରୋଗରେ ପୀଡିତ ଥିବା ଶୀଲା ଶନିବାର ସକାଳୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share