Categories: ଜାତୀୟ

ଅପରାହ୍ନ ୪ଟା ସୁଦ୍ଧା ହରିୟାଣାରେ ୫୦, ମହାରାଷ୍ଟ୍ରରେ ୪୩ ପ୍ରତିଶତ ମତଦାନ

ନୂଆଦିଲ୍ଲୀ,୨୧।୧୦: ହରିୟାଣା ଓ ମହାରାଷ୍ଟ୍ରରେ ସୋମବାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ଅପରାହ୍ନ ୪ଟା ସୁଦ୍ଧା ହରିୟାଣାରେ ୫୦.୫୯ ଓ ମହାରାଷ୍ଟ୍ରରେ ୪୩.୭୦ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି। ଏହାକୁ ଦେଖିଲେ ଲାଗୁଛି ଭୋଟରମାନଙ୍କ ମଧ୍ୟରେ ମତଦାନ କରିବାର ଆଗ୍ରହ ଯେପରି କମି କମି ଯାଇଛି। ସୋମବାର ହୋଇଥିବା ଭୋଟ ଗ୍ରହଣର ଗଣତି ଆସନ୍ତା ଗୁରୁବାର କରାଯିବ।

Share