ଅପରାହ୍ନ ୫ଟାରେ ପ୍ରକାଶ ପାଇବ ସିବିଏସ୍‌ଇ ବୋର୍ଡ ପରୀକ୍ଷା ସୂଚୀ

ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହେବାରୁ ସିବିଏସ୍‌ଇ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଅଧାରେ ଅଟକି ରହିଥିଲା। ତେବେ ଅବଶିଷ୍ଟ ପରୀକ୍ଷାଗୁଡ଼ିକ ପାଇଁ ସୂଚୀ ତାଲିକା ଶନିବାର ଅପରାହ୍ନ ୫ଟାରେ ପ୍ରକାଶ ପାଇବ। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପୂର୍ବରୁ ମେ ୧୦ରେ ପୋଖରିୟାଲ୍‌ କହିଥିଲେ ଯେ, ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହୋଇ ଜୁଲାଇ ୧୫ରେ ଶେଷ ହେବ। ଏନେଇ ସିବିଏସ୍‌ଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଦଶମ ପରୀକ୍ଷା କେବଳ ନର୍ଥ-ଇଷ୍ଟ୍‌ ଦିଲ୍ଲୀରେ ହେବ। ଅପରପକ୍ଷରେ ଦ୍ୱାଦଶ ଶ୍ରେଣୀର ଅଟକି ରହିଥିବା ଅବଶିଷ୍ଟ ବିଷୟଗୁଡ଼ିକର ପରୀକ୍ଷା ଦେଶବ୍ୟାପୀ କରାଯିବ। ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଖାତାର ମୂଲ୍ୟାୟନ ଦେଶର ୩,୦୦୦ଟି କେନ୍ଦ୍ରରେ ସମ୍ପନ୍ନ ହେବ। ଏଥିଲାଗି କେନ୍ଦ୍ରସରକାରଙ୍କ ଅନୁମତି ମିଳିବା ସହିତ କେନ୍ଦ୍ର ପାଇଁ ଉଦ୍ଦିଷ୍ଟ ସ୍କୁଲଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯାଇଥିବା ପୋଖରିୟାଲ୍‌ କହିଛନ୍ତି।

Share