ଅପରାହ୍ନ ୫ରେ ବାହାରିଲା ପ୍ରସାଦ

ପୁରୁଣା ଭୁବନେଶ୍ୱର,୨୨ା୮(ଡି.ଏନ୍‌.ଏ.): ଶ୍ରୀଲିଙ୍ଗରାଜଙ୍କ ନୀତି ୫ଘଣ୍ଟା ବିଳମ୍ବ ହେବାରୁ ବୁଧବାର ଠାକୁରଙ୍କ ପ୍ରସାଦ ବାହାରିବାରେ ବିଳମ୍ବ ହୋଇଥିଲା। ଏନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅପରାହ୍ନ ପ୍ରାୟ ୫ଟା ୧୫ରେ ପ୍ରସାଦ ବାହାରିବା ପରେ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥିଲେ। ସୂଚନାନୁଯାୟୀ, ଠାକୁରଙ୍କ ଆନନ୍ଦବଜାରରେ କୋଠ ରୋଷ ପାଇଁ ରୋଷ ଗୃହର ଆବଶ୍ୟକତା ରହିଥିଲା। ସକାଳ ପ୍ରାୟ ସାଢେ ୯ଟା ପରେ ରୋଷ କାର୍ଯ୍ୟ ଆରମ୍ଭ ହୋଇଥିଲା। ସକାଳ ସାଢେ ୯ଟାରୁ ଠାକୁରଙ୍କ ସାହଣମେଳା ଦର୍ଶନ ଜାରି ରହିଥିଲା। ଅପରାହ୍ନ ୨ଟା ୩୦ରେ ସକାଳ ଧୂପରେ ଠାକୁରଙ୍କ ପ୍ରସାଦ ବାହାରିଥିଲା ବୋଲି ସୂଚନା ଦିଆଯାଇଛି।