ଆମେରିକାର ଇଲିନୋଇସ୍ରେ ଦୁଇ ଭଉଣୀ ମୃତ ପିତାଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅପରିଚିତ ଲୋକଙ୍କ କିଡନୀ ଦାନ କରି ମୃତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଦୁଇ ଝିଅ। ମାର୍କ ଗୋରାଲସ୍କି ନାମକ ଜଣେ ବ୍ୟକ୍ତି ଅନେକ ଦିନ ହେବ କିଡନୀ ରୋଗରେ ପିଡିତ ଥିଲେ। ୨୦୧୮ରେ ତାଙ୍କ ମୃତ୍ୟୁ ଘଟିଥିଲା। ଯଦି ସଠିକ୍ ସମୟରେ କିଏ କିଡନୀ ଦାନ କରିଥାନ୍ତେ ସେ ବଞ୍ଚିଯାଇପାରିଥାନ୍ତେ କିନ୍ତୁ ଏମିତି ହୋଇପାରି ନ ଥିଲା। ଶେରେ ସେ ଜୀବନ ହାରିଥିଲେ। ମାର୍କଙ୍କ ଦୁଇ ଝିଅ ବେଥାନି ଏବଂ ହନ୍ହା ପିତାଙ୍କ ମୃତ୍ୟୁପରେ କୀଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ମୋ ପିତା ଯେଉଁ ସମସ୍ୟା ଦେଇ ଗତି କରିଛନ୍ତି ଆମେ ଚାହିଁ ନ ଥିଲୁ ଅନ୍ୟ ପରିବାର ମଧ୍ୟ ଏଭଳି ଭୋଗୁ ସେଥିପାଇଁ ଆମେ ଏଭଳି ନିଷ୍ପତ୍ତି ନେଇଥିଲୁ ବୋଲି କହନ୍ତି ହନ୍ହା। ଆଜିକାଲି ଯୁବପିଢି ଅଙ୍ଗଦାନ କରିବା ପାଇଁ ଆଗେଇ ଆସିବା ଉଚିତ୍ ବୋଲି ସେ କହିଛନ୍ତି। କିଡନୀ ଦାନ କରିଥିବା ଦୁଇ ଭଉଣୀ ଏବେ ସୁସ୍ଥ ଅଛନ୍ତି।