Categories: ବାଣିଜ୍ୟ

ଅପରିବର୍ତ୍ତିିତ ରହିଲା ରେପୋ ରେଟ୍‌

ମୁମ୍ବାଇ,୬-୧୨: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗୁରୁବାର ଏହାର ରେପୋ ରେଟ ବା ସୁଧହାରକୁ ଅପରିବର୍ତ୍ତିତ ରଖିଛି। କେନ୍ଦ୍ରୀୟ ବ୍ୟାଙ୍କ ଏହା ପୂର୍ବରୁ ଲଗାତର ଭାବେ ସୁଧହାର ହ୍ରାସ କରି ଆସୁଥିଲା। ଚଳିତ ଥର ମଧ୍ୟ ସୁଧ ହାର ହ୍ରାସ ହେବ ବୋଲି ବଜାର ବିଶେଷଜ୍ଞ ଏବଂ ଶିଳ୍ପ ଜଗତ ଆଶା ରଖିଥିଲା। ହେଲେ ସୁଧ ହାର ହ୍ରାସ ଧାରାରେ ଚଳିତ ଥର ବିରତି ଲାଗିଛି। ମୁଦ୍ରାସ୍ଫୀତି ଜନିତ ଚାପ, ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଏବଂ ଆର୍ଥତ୍କ ମାନ୍ଦାବସ୍ଥା ଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରି ରିଜର୍ଭ ବ୍ୟାଙ୍କ ସୁଧ ହାର କମାଇ ନ ଥିବା କୁହାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଏହା ପୂର୍ବରୁ ଚଳିତ ବର୍ଷ ୫ଥର ସୁଧ ହାର ହ୍ରାସ କରିଥିଲା। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୬ ସଦସ୍ୟ ବିଶିଷ୍ଟ ମୁଦ୍ରା ନୀତି କମିଟି(ଏମ୍‌ପିିସି) ବୈଠକରେ ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖିବା ନେଇ ଭୋଟ କରିଛନ୍ତି। ଫଳରେ ରେପୋ ୫.୧୫% ଏବଂ ରିଭର୍ସ ରେପୋ ୪.୯୦% ସ୍ତରରେ ରହିଛି। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନ ମଧ୍ୟ ହ୍ରାସ କରାଯିବା ଫଳରେ ୫%କୁ ଖସିଛି।

Share