Categories: ଜାତୀୟ

ଅପରେଶନ୍‌ ଅଲ୍‌ଆଉଟ୍‌: ମିଳିତ ଭାବେ ଆକ୍ରମଣ କରିବେ ସେନା-ନୌସେନା-ବାୟୁସେନା କମାଣ୍ଡୋ

ଶ୍ରୀନଗର,୨୫।୧୧: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବା ଲାଗି ସେନା-ନୌସେନା-ବାୟୁସେନା କମାଣ୍ଡୋ ଏଣିକି ମିଳିତ ଭାବେ ଅପରେଶନ୍‌ ଅଲ୍‌ଆଉଟ୍‌ରେ କାର୍ଯ୍ୟ କରିବେ। ଏନେଇ ଅଭ୍ୟାସ ଶେଷ ହୋଇଛି। ସେନାକୁ ଏହି କ୍ଷେତ୍ରରେ ନୌସେନାର ମେରାଇନ୍‌ ଏବଂ ବାୟୁସେନାର ଗରୁଡ଼ କମାଣ୍ଡୋ ଆବଶ୍ୟକ ସହାୟତା ଯୋଗାଇଦେବେ। ଯୋଜନା ମୁତାବକ ନୌସେନାର ମାର୍କୋସ୍‌ କମାଣ୍ଡୋଙ୍କୁ ବୁଲର ହ୍ରଦ ଅଞ୍ଚଳରେ ମୁତୟନ କରାଯିବ। ସେହିପରି ବାୟୁସେନାର ଗରୁଡ଼ କମାଣ୍ଡୋଙ୍କୁ ଲୋଲବ ଏବଂ ହାଜିନ୍‌ ଅଞ୍ଚଳରେ ନିଯୁକ୍ତ କରାଯିବ। ଏନେଇ ଗୁଜରାଟର କଚ୍ଛ ଏବଂ ଆଣ୍ଡାମାନ-ନିକୋବରଠାରେ ଯୁଦ୍ଧାଭ୍ୟାସ ସେନା-ନୌସେନା-ବାୟୁସେନା କମାଣ୍ଡୋଙ୍କ ମିଳିତ ସହଯୋଗରେ ହୋଇ ସାରିଛି। କଚ୍ଛଠାରେ ହୋଇଥିବା ଯୁଦ୍ଧାଭ୍ୟାସର କୋଡ୍‌ ନେମ୍‌ ଏକ୍ସ୍‌ ସ୍ମେଲିଙ୍ଗ ଫିଲ୍ଡ୍‌ ରଖାଯାଇଥିଲା। ସେହିପରି ଆଣ୍ଡାମାନ-ନିକୋବରଠାରେ ହୋଇଥିବା ଯୁଦ୍ଧାଭ୍ୟାସକୁ ଡିଏଏନ୍‌ଏକ୍ସ୍‌-୨୦୧୯ ଭାବେ କୋଡ଼ିଙ୍ଗ୍‌ କରାଯାଇଥିଲା।

Share