Categories: ଜାତୀୟ

ଅପରେଶନ୍‌ ଅଲ୍‌ଆଉଟ୍‌: ହିଟ୍‌ ଲିଷ୍ଟ୍‌ରେ ୧୦ ଆତଙ୍କବାଦୀ

ଶ୍ରୀନଗର,୪।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଇବା ପାଇଁ ନୂଆ ସରକାର ଆରମ୍ଭ କରିଛନ୍ତି ଯୋଜନା। ଏହି ମର୍ମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ମଧ୍ୟ ହୋଇଛି। ଅପରେଶନ୍‌ ଅଲ୍‌ଆଉଟ୍‌ ଅନ୍ତର୍ଗତ ୧୦ ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟ ପ୍ରସ୍ତୁତ କରାଯାଇଛି। ଲିଷ୍ଟ୍‌ରେ ବନ୍ଦିପୋରା ବାସିନ୍ଦା ରିୟାଜ ନାଇକୁ ଓରଫ ମହମ୍ମଦ ବିନ୍‌ କାସିମ୍‌ଙ୍କ ନାମ ରହିଛି। ସେ ୨୦୧୦ଠାରୁ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛନ୍ତି। ସେହିପରି ଏଥିରେ ଲଶ୍କର-ଇ-ତୋଏବାର ଶୋପିଆନ୍‌ ଜିଲା କମାଣ୍ଡର ବସିମ୍‌ ଅହମ୍ମଦ ଓରଫ ଓସାମାଙ୍କ ନାମ ରହିଛି। ସେହିପରି ଅନନ୍ତନାଗ ବାସିନ୍ଦା ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ମହମ୍ମଦ ଅଶରଫ ଖାଁ ଓରଫ ଅଶରଫ ମୌଲବୀଙ୍କ ନାମ ରହିଛି। ହିଟ୍‌ ଲିଷ୍ଟରେ ହିଜବୁଲ୍‌ ମୁଜାହିଦ୍ଦିନ୍‌ ବାରମୁଳା ଜିଲା କମାଣ୍ଡର ମେହରାଜୁଦ୍ଦିନ୍‌ଙ୍କ ନାମ ରହିଛି। ସେହିପରି ଏଥିରେ ଶ୍ରୀନରଗର ବାସିନ୍ଦ ହିଜ୍‌ବୁଲ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଡ. ଶୈଫୁଲା, ପୁଲଓ୍ବାମାର ଅଶରଦ୍‌ ଉଲ୍‌ ହକ୍‌ଙ୍କ ନାମ ରହିଛି। ସେହିପରି ପାକିସ୍ତାନର ବାଲାକୋଟରେ ତାଲିମ୍‌ ନେଇ ଭାରତ ଆସିଥିବା ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ଜାହିଦ୍‌ ଶେଖଙ୍କ ନାମ ଅଛି। ଏଥିରେ ଉତ୍ତର କଶ୍ମୀର ଅଲ୍‌ ବଦର ସଂଗଠନ ଭିଭିଜିନାଲ କମାଣ୍ଡର ଜାଭେଦ ମଟ୍ଟୁ ଏବଂ କୁପଓ୍ବାରାର ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଏଜାଜ୍‌ ମହମ୍ମଦ ମାଲିକ୍‌ଙ୍କ ନାମ ରହିଛି।

Share