Categories: ଜାତୀୟ

ଅପରେଶନ୍‌ ଅଲ୍‌ ଆଉଟ୍‌: ୬ ମାସରେ ୧୧୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୪।୬: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଅପରେଶନ ଅଲ୍‌ ଆଉଟ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଗତ ୬ ମାସ ମଧ୍ୟରେ ୧୪୪ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ଚଳିତ ବର୍ଷ ଜାନୁୟାରୀଠାରୁ ଜୁନ୍‌ ମାସର ବର୍ତ୍ତମାନ ସୁଦ୍ଧା ନିହତ ହୋଇଥିବା ଆତଙ୍କବାଦୀଙ୍କ ସମ୍ପର୍କରେ ରିପୋର୍ଟରେ ଦର୍ଶାଯାଇଛି। ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲ୍‌୍‌ ମୁଜାହିଦ୍ଦିନ୍‌ର ୩୬ ଜଣ ଆତଙ୍କବାଦୀଥିବାବେଳେ ଲଶ୍କର-ଇ-ତୋଏବାର ୨୪ ଜଣ ଆତଙ୍କବାଦୀ ରହିଛନ୍ତି। ସେହିପରି ଜୈଶ୍‌-ଇ-ମହମ୍ମଦ୍‌ର ୩୮, ଅଲ୍‌ ବଦର ଆତଙ୍କବାଦୀ ସଂଗଠନର ୫ ଏବଂ ଇସଲାମିକ୍‌ ଷ୍ଟେଟ୍‌ର ୫ ଜଣ ଆତଙ୍କବାଦୀ ରହିଛନ୍ତି। ଅନ୍ୟ ୩ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ। ଏହି ସମୟ ମଧ୍ୟରେ ୨୦ ଜଣ ବିଦେଶୀ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜୈଶ୍‌-ଇ-ମହମ୍ମଦ୍‌ର ୧୪ ଏବଂ ଲଶ୍କର-ଇ-ତୋଏବାର ୪ ଆତଙ୍କବାଦୀ ରହିଛନ୍ତି। ଅନ୍ୟ ୨ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share