ଅପରେଶନ୍‌ ସମୁଦ୍ର ସେତୁ: ଆଇଏନ୍‌ଏସ୍‌ ଜଲାଶ୍ୱରେ କଲୋମ୍ବୋରୁ ୭୦୦ ଭାରତୀୟ ଫେରିବେ ସ୍ବଦେଶ

କଲୋମ୍ବୋ,୧।୬: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ବିଦେଶୀମାନେ ଅଟକି ରହିଛନ୍ତି। ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ବନ୍ଦେ ଭାରତ ମିଶନ ଅନ୍ତର୍ଗତ ନୌସେନା ପକ୍ଷରୁ ଅପରେଶନ୍‌ ସମୁଦ୍ର ସେତୁ ଅଭିଯାନ ଜାରି ରହିଛି। କଲୋମ୍ବୋରେ ଅଟକି ଥିବା ୭୦୦ ଭାରତୀୟ ଅଇଏନ୍‌ଏସ୍‌ ଜଲାଶ୍ୱରେ ତାମିଲନାଡୁର ଟୁଟିକୋରିନ୍‌ ବନ୍ଦରରେ ଆସି ପହଞ୍ଚିବେ। ସୋମବାର ସକାଳେ ଆଇଏନ୍‌ଏସ୍‌ ଜଲାଶ୍ୱ କଲୋମ୍ବୋ ବନ୍ଦରରେ ପହଞ୍ଚିଛି। ମାଳଦ୍ୱୀପରେ ଅଟକି ରହିଥିବା ୭୦୦ ଭାରତୀୟ ମଧ୍ୟ ଜଳାଶ୍ୱରେ ସ୍ବଦେଶ ଫେରିବେ ବୋଲି ନୌସେନା ପକ୍ଷରୁ ସୂଚନା ଦିଆଯାଇଛି।

Share