ଅପରେଶନ୍‌ ସମୁଦ୍ର ସେତୁ: ଭାରତୀୟଙ୍କୁ ଆଣିବା ଲାଗି ମାଳଦ୍ୱୀପରେ ପହଞ୍ଚିଲା ଆଇଏନ୍‌ଏସ୍‌ ଜଲଶ୍ୱା

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଯୋଗୁ ପୃଥବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନୌସେନା ପକ୍ଷରୁ ଅପରେଶନ୍‌ ସମୁଦ୍ର ସେତୁ ଅଭିଯାନ ଆରମ୍ଭ ହୋଇଛି। ଇତିମଧ୍ୟରେ ନୌସେନାର ଜାହାଜ ଆଇଏନ୍‌ଏସ୍‌ ଜଲଶ୍ୱା ମାଳଦ୍ୱୀପର ମାଲେ ବନ୍ଦରରେ ପହଞ୍ଚିଛି। ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାରେ ଆଇଏନ୍‌ଏସ୍‌ ଜଲଶ୍ୱାକୁ ଆଇଏନ୍‌ଏସ୍‌ମ ମଗର ସହାୟତା କରିବ। ମାଳଦ୍ୱୀପ, ୟୁଏଇ ସମେତ ଅନ୍ୟ ଦେଶରେ ଅଟକି ରହିଥିବା ପ୍ରବାସୀ ଭାରତୀ ସମୁଦ୍ର ପଥରେ ନୌସେନାର ଏହି ଦୁଇ ଜାହାଜ ଦ୍ୱାରା ଭାରତକୁ ଫେରିବେ।

Share