ଶ୍ରୀନଗର,୭।୮: ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟାଇ ଦିଆଯିବା ପରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ସୋଫିଆନ୍ ଗସ୍ତରେ ଅଛନ୍ତି। ସେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ସେଠାକାର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ଏଥିସହ ଅଜିତ୍ ସ୍ଥାନୀୟ ଲୋକଙ୍କୁ ଭେଟିବା ସହ ସେମାନଙ୍କ ସହିତ ମିଶି ଭୋଜନ କରିଥିବା ଦେଖିବାକୁ ମିଳିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପରେ ସେ ପୋଲିସ ଅଧିକାରୀଙ୍କୁ ଭେଟି ସ୍ଥିତିର ସମୀକ୍ଷା କରିଛନ୍ତି। ସେହି ସମୟରେ ତାଙ୍କ ସହିତ ପୋଲିସ ଡିଜିପି ଦିଲ୍ବାଗ ସିଂହ ଉପସ୍ଥିତ ଥିଲେ।