କେରଳରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ୍ ରବିବାର ପୂର୍ବାହ୍ନ ୮ଟା ୫୦ମିନିଟରେ ଖୋର୍ଦ୍ଧା ରୋଡ୍ ଷ୍ଟେଶନରେ ପହଞ୍ଚିଥିଲା। ଏହି ଷ୍ଟେଶନରେ ବିଭିନ୍ନ ଜିଲାର ୫୯୩ଜଣ ଓହ୍ଲାଇ ବସ୍ ଯୋଗେ ନିଜ ଗ୍ରାମକୁ ଫେରିଥିଲେ। ୧ନମ୍ବର୍ ପ୍ଲାଟଫର୍ମରେ ଲାଗିଥିବା ଟ୍ରେନ୍ରୁ ଓହ୍ଲାଇବା ପରେ ମହିଳା ଆରପିଏଫଙ୍କୁ ନେଇ ଗଠିତ ସୁଭଦ୍ରା ବାହିନୀ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ସେମାନଙ୍କୁ ସ୍ବାଗତ କରିଥିଲେ। ଷ୍ଟେଶନ ବାହାରେ ହୋଇଥିବା ଅସ୍ଥାୟୀ ଶିବିରରେ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ଥର୍ମାଲ ସ୍ରିନିଂ, ପଞ୍ଜିକରଣ, ଷ୍ଟାମ୍ପିଂ କରାଯାଇ ଛଡାଯାଇଥିଲା।