ଅପହୃତା ନାବାଳିକା ଉଦ୍ଧାର

ଭଦ୍ରକ ଅଫିସ, ୧୩।୧୨: ଭଦ୍ରକ ଟାଉନ ଥାନା ଅଧୀନ କୁଅଁ।ସ ଅଞ୍ଚଳରୁ ଅପହରଣ ହୋଇଥିବା ଜଣେ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି। ଏଥିସହ ଅପହରଣରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ଧରି ପୋଲିସ କିଶୋର ନ୍ୟାୟ ପରିଷଦରେ ଉପସ୍ଥାପନ କରାଇଛି। ଏ ନେଇ ଥାନାରେ ଏକ ମାମଲା(ନଂ ୩୭୫/୧୯) ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ପୋଲିସ ସୂଚନା ଅନୁଯାୟୀ, ବାରିପଦା ଅଞ୍ଚଳର ଜଣେ ମହିଳା ତାଙ୍କ ନାବାଳିକା ଝିଅ ସହ କୁଅଁ।ସ ଅଞ୍ଚଳରେ ରହୁଛନ୍ତି। ଗତ ୮ ତାରିଖରୁ ତାଙ୍କ ଝିଅକୁ ଅପହରଣ କରି ନିଆଯାଇଥିବା ବେଳେ ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ସେ ଗୁରୁବାର ଥାନାରେ ଅଭିଯୋଗ କରିଥିଲେ। ନୂଆବଜାର ଅଞ୍ଚଳର ଜଣେ ନାବାଳକ ଓ ତାଙ୍କ ପରିବାରର ୨ ସଦସ୍ୟ ଏଥିରେ ସମ୍ପୃକ୍ତ ଥିବା ସେ ଦର୍ଶାଇଥିଲେ। ଅପହରଣରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଫେରାର ଥିବା ପୋଲିସ କହିଛି।

Share