ଅପହୃତା ନାବାଳିକା ଉଦ୍ଧାର

ବଡ଼ସାହି,୯ା୧୨(ସ୍ବ.ପ୍ର)-ବଡ଼ସାହି ଥାନା ଅଞ୍ଚଳରୁ ନଭେମ୍ବର ୨୪ତାରିଖରେ ଅପହୃତା ଜଣେ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ କାବୁ କରିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଉକ୍ତ ନାବାଳିକାଙ୍କ ସନ୍ଧାନ ଲାଗି ତାଙ୍କ ପିତାମାତା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଚୁପ ବସିପଡ଼ିବାରୁ ନାବାଳିକାଙ୍କ ପରିବାର ଲୋକେ ଏସ୍‌ପିଙ୍କୁ ଭେଟି ନ୍ୟାୟ ପାଇଁ ନିବେଦନ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶରେ ପୋଲିସ ମୋବାଇଲ ଟ୍ରାକିଂ କରି ଅଭିଯୁକ୍ତ ତାମିଲନାଡୁର ଏକ ସହରରେ ଆତ୍ମଗୋପନ କରିଥିବା ଜାଣିବାକୁ ପାଇଥିଲେ। ପରେ ପୋଲିସ ଟିମ ସେଠାକୁ ଯାଇ ଅଭିଯୁକ୍ତଙ୍କୁ କାବୁ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି।