ଅପହୃତ ୧୯ ଭାରତୀୟ ମୁକୁଳିଲେ

ଅବୁଜା,୨୦ା୧(ପି.ଟି.): ଗତମାସରେ ଆଫ୍ରିକାର ପଶ୍ଚିମ ଉପକୂଳ ନିକଟବର୍ତ୍ତୀ ସମୁଦ୍ରରେ ଏକ  ଜାହାଜରୁ ଅପହୃତ ହୋଇଥିବା ୧୯ ଜଣ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ପଣବନ୍ଦୀ ଥିବାବେଳେ ଜଣକର ମୃତ୍ୟୁ ଘଟିଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ କୁହାଯାଇଛି। ଡିସେମ୍ବର ୧୫ରେ ଏମ୍‌ଟି ଡ୍ୟୁକ୍‌ ନାମକ ଜାହାଜରୁ ୨୦ ଜଣ ଭାରତୀୟଙ୍କୁ ଜଳଦସ୍ୟୁମାନେ ଅପହରଣ କରିନେଇଥିଲେ। ସେମାନଙ୍କୁ ମୁକ୍ତ କରାଯାଇଥିବାରୁ ନାଇଜେରିଆ କର୍ତ୍ତୃପକ୍ଷଙ୍କୁ ଭାରତ ଧନ୍ୟବାଦ ଜଣାଇଛି।

Share