Categories: ଖେଳ

ଅପିଲ୍‌ କରି ତଳେ ପଡିଗଲେ ବୋଲର, ଆଉଟ ଦେବା ପରିବର୍ତ୍ତେ ହସିଲେ ଅମ୍ପାୟାର

ଲଣ୍ଡନ, ୨୨।୮: ସସେକ୍ସ ଏବଂ ମିଡିଲସେକ୍ସ ମଧ୍ୟରେ ଖେଳାଯାଉଥିବା ଏକ କାଉଣ୍ଟିଂ ମ୍ୟାଚରେ ଏକ ଭିନ୍ନ ନଜାରା ଦେଖିବାକୁ ମିଳିଛି। ମିଡିଲସେକ୍ସର ବ୍ୟାଟ୍ସମ୍ୟାନ୍‌ ଜେମ୍ସ ହ୍ୟାରିସ୍‌ ବ୍ୟାଟିଂ କରୁଥିବାବେଳେ ତାଙ୍କୁ ବୋଲିଂ କରୁଥିଲେ ସସେକ୍ସର ବୋଲର ଟମ୍‌ ହେନ୍ସ। ଏକ ବଲ୍‌ରେ ଏଲବିଡବ୍ଲୁ ଆଉଟ ଅପିଲ୍‌ କରି କରି ତଳେ ପଡିଯାଇଥିଲେ ଟମ୍‌। ତଳେ ପଡି ମଧ୍ୟ ସେ ଅପିଲ୍‌ କରିଚାଲିଥିଲେ। ଏହାଦେଖି ଅମ୍ପୟାର୍‌ ଆଉଟ୍‌ ଦେବା ପରିବର୍ତ୍ତେ ହସିଥିଲେ। କେବଳ ଅମ୍ପାୟାର ନୁହେଁ, ସାଥୀ ଖେଳାଳି ଫିଲ୍ଡିଂ ଛାଡି ହସିବାକୁ ଲାଗିଥିଲେ। ଏହି ମ୍ୟାଚରେ ସସେକ୍ସ ୭ଉଇକେଟରେ ବିଜୟ ହାସଲ କରିଥିଲା।

Share