ଅପେକ୍ଷାରେ ଆଲିୟା

ଆଲିୟାଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ଏବେ ରିଲିଜ ଅପେକ୍ଷାରେ ରହିଛି। ଏହି ଖୁସିରେ ସେ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ତାଙ୍କର କେତେ ଜଣ ଅନ୍ତରଙ୍ଗ ସାଙ୍ଗଙ୍କ ବ୍ୟତୀତ ଏହି ଫିଲ୍ମର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ହେଲେ ପାର୍ଟି ଆରମ୍ଭ ହେବା ପୂର୍ବରୁ ଆଲିୟା ଯେମିତି ବ୍ୟସ୍ତ ଜଣାପଡୁଥାଆନ୍ତି। ବାରମ୍ବାର ଦ୍ୱାର ଆଡକୁ ଚାହୁଁଥାଆନ୍ତି। କାରଣ ସେତେବେଳ ପର୍ଯ୍ୟନ୍ତ ପାର୍ଟିର ମୁଖ୍ୟ ଆକର୍ଷଣ ତଥା ତାଙ୍କର ପ୍ରେମିକ ରଣବୀର କପୁର ଆସି ନ ଥାନ୍ତି। ହେଲେ ଯେତେବେଳେ ସେ ଆସି ପହଞ୍ଚତ୍ ଗଲେ ସେତେବେଳେ ଆଲିୟାଙ୍କ ଖୁସି ଦେଖେ କିଏ। ବାସ୍‌, ତା’ପରେ ସମସ୍ତେ ମିଶି ପାର୍ଟିର ମଜା ନେଇଥିଲେ।

Share