ଅପେକ୍ଷାର ଅନ୍ତ ଘଟିଲା: ଏହି ଦିନ ଆସିବ କେଜିଏଫ୍‍-୨ର ଫାଷ୍ଟ ଲୁକ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ୟଶଙ୍କ ସୁପରହିଟ୍‌ ଫିଲ୍ମ କେଜିଏଫ୍‌ର ଦ୍ୱିତୀୟ ସଂସ୍କରଣ ଖୁବ୍‌ଶୀଘ୍ର ଆସୁଛି। ଏହି ଫିଲ୍ମକୁ ନେଇ ବହୁ ଦିନରୁ ଦର୍ଶକ ଅପେକ୍ଷା କରି ରହିଥିଲେ। ତେବେ ଏହି ଫିଲ୍ମର ଫାଷ୍ଟ ଲୁକ୍‌ରୁ ପରଦା ଉଠାଇବା ପାଇଁ ନିର୍ମାତା ପ୍ରସ୍ତୁତି କରୁଥିବା ଜଣାପଡ଼ିଛି। ଟ୍ରେଡ ଆନାଲିଷ୍ଟ ତରୁଣ ଆଦର୍ଶଙ୍କ ଅନୁସାରେ ଫିଲ୍ମ କେଜିଏଫ୍‌-୨ର ଫାଷ୍ଟ ଲୁକ୍‌ ଡିସେମ୍ବର ୨୧ ସନ୍ଧ୍ୟାରେ ରିଲିଜ୍‌ ହେବ। କିଛି ଦିନ ପୂର୍ବରୁ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଅଧିରାଙ୍କ ଲୁକ୍‌କୁ ରିଲିଜ୍‌ କରାଯାଇଥିଲା। ଯେଉଁଥିରେ ସଞ୍ଜୟ ଦତ୍ତଙ୍କୁ ଅଧିରା ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ସୁନା ଖଣି ଓ କର୍ନାଟକର କୋଲାର ଅଞ୍ଚଳରେ ରାଜୁତି କରୁଥିବା ମାଫିଆଙ୍କ ରୋଚକ ଇତିହାସର କାହାଣୀ ଉପରେ ଆଧାରିତ ହୋଇଛି। ଫିଲ୍ମ କେଜିଏଫ୍‌-୨ ଆସନ୍ତାବର୍ଷ ପରଦାକୁ ଆସିବ। ଏଥିରେ ୟଶଙ୍କ ସହ ଶ୍ରୀନିଧି ସେଟ୍ଟୀ ମଧ୍ୟ ନଜର ଆସିବେ। କେଜିଏଫ୍‌ର ପ୍ରଥମ ଭାଗ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଥିଲା।

Share