ଅପ୍ରେଲରେ ବିବାହ କରିବେ ରିଚା ଚଢ଼ା-ଅଲ୍ଲୀ ଫାଜଲ୍‌: ୩ ସ୍ଥାନରେ ଦେବେ ରିସେପ୍‌ସନ୍‌ ପାର୍ଟି

ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲିଛି। ନିକଟରେ ଅଭିନେତ୍ରୀ କରିସ୍ମା ଏବଂ କରୀନା କପୁରଙ୍କ ଭାଇ ଅରମାନ ଜୈନ୍‌ ବିବାହ କରିଥିଲେ। ଏବେ ଆଉ ଏକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ହେଲେ ଅଭିନେତ୍ରୀ ରିଚା ଚଢ଼ା ଏବଂ ଅଭିନେତା ଅଲ୍ଲୀ ଫାଜଲ୍‌। ଲମ୍ବା ସମୟ ହେବ ରିଚା ଏବଂ ଅଲ୍ଲୀ ପରସ୍ପରକୁ ଡେଟ୍‌ କରିଆସୁଛନ୍ତି। ତେବେ ବିଗତ କିଛି ଦିନ ହେବ ଏହି ଯୋଡିଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଆସୁଛି। ଏବେ ସେମାନଙ୍କ ବିବାହ ତାରିଖ ନିର୍ଦ୍ଧିଷ୍ଟ ହୋଇଥିଲା ଜଣାପଡ଼ିଛି। ଏକ ଓ୍ବେବ୍‌ସାଇଟ୍‌ ଅନୁସାରେ ରିଚା ଓ ଅଲ୍ଲୀ ଅପ୍ରେଲ ୧୫ ତାରିଖ ପାଖାପାଖି ବିବାହ କରିପାରନ୍ତି। ତେବେ ସେମାନେ କୋର୍ଟ ମ୍ୟାରେଜ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ରିସେପ୍‌ସନ୍‌ ପାର୍ଟି ଦେବେ ବୋଲି ଜଣାପଡ଼ିଛି। ସେମାନେ ୩ଟି ସ୍ଥାନରେ ଏହି ପାର୍ଟି ଦେବେ। ପ୍ରଥମେ ଦିଲ୍ଲୀ, ପରେ ଲକ୍ଷ୍ନୌ ଏବଂ ଶେଷରେ ମୁମ୍ବାଇରେ ଏହି ପାର୍ଟି ଦେବେ । ଏହି ଯୋଡି ଫିଲ୍ମ ‘ଫୁକ୍‌ରେ’ ସିରିଜ୍‌ରେ ଏକତ୍ର କାମ କରିସାରିଛନ୍ତି।

Share