Categories: ଜାତୀୟ

ଅଫିସରଙ୍କୁ ଚେତାବନୀ ଦେଇଛନ୍ତି ଗଡ଼କରୀ: ୮ ଦିନରେ କାମ ନ ହେଲେ ଲୋକଙ୍କୁ କହି ଆରମ୍ଭ ହେବ ମାଡ଼

ନୂଆଦିଲ୍ଲୀ,୧୮।୮: କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ଏକ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଆର୍‌ଏସ୍‌ଏସ୍‌ ଦ୍ୱାରା ପରିଚାଳିତ ଲଘୁ ଉଦ୍ୟୋଗ ଭାରତୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନୀତୀନ କହିଛନ୍ତି ଯେ, ମୋ ବିଭାଗର ଅଫିସରଙ୍କୁ ଚେତାବନୀ ଦିଆଯାଇଛି। ସେମାନଙ୍କୁ ୮ ଦିନରେ କାମ ଶେଷ କରିବାକୁ କୁହାଯାଇଛି। ଏହା ନ ହେଲେ ଲୋକଙ୍କୁ କହି ମାଡ଼ ଆରମ୍ଭ କରାଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି। ନୀତୀନଙ୍କ ଏହି ମନ୍ତବ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share