ଅଫିସର

ଏକ ରାଜ୍ୟରେ ପାଞ୍ଚଜଣ ଅଫିସରଙ୍କ ଭିତରେ ଥାଏ ଅତୁଟ ବନ୍ଧୁତା। ସତେଯେମିତି ସେମାନେ ଗୋଟିଏ ରଜ୍ଜୁରେ ବନ୍ଧା। କାହାର ଅସୁବିଧା ପଡ଼ିଲେ ଏକାଠି ହୋଇ ସାହାଯ୍ୟର ହାତ ବଢ଼ାଇ ଦିଅନ୍ତି। ହେଲେ ହଠାତ୍‌ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଜୀବନ ଆକାଶରେ କଳା ବାଦଲ ମାଡ଼ିଆସେ। ସେତେବେଳେ ସେମାନଙ୍କ ବନ୍ଧୁତା ଏହାଦ୍ୱାରା ପ୍ରଭାବିତ ହୁଏ କି ? ଏହା ପରେ ରାଜ୍ୟ ଚଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏହି ପାଞ୍ଚଜଣ ଅଫିସର ନିଜ ଦାୟିତ୍ୱକୁ ଠିକ୍‌ ଭାବରେ ତୁଲାଇ ପାରନ୍ତି ତ ? ଏସବୁ ପ୍ରଶ୍ନର ଉତ୍ତରକୁ ଆଧାର କରି ପ୍ରସ୍ତୁତ ହୋଇଛି ଏକ ଭିନ୍ନ ଧରଣର କାହାଣୀ, ଯାହାକୁ ନେଇ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଅଫିସର’। ଅନୀତା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ଚିତ୍ରଟିର ପ୍ରଯୋଜନା କରିଛନ୍ତି ପ୍ରଭାକର ମହାନ୍ତି। ଡ. ନିର୍ମଳ ନାୟକ ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯଜ୍ଞ ଦାଶ। ଫିଲ୍ମର ମେଲ୍‌ ଲିଡ୍‌ରେ ନବୀନ, ରୁଦ୍ର ପାଣିଗ୍ରାହୀ, ଦୁଷ୍ମନ୍ତ, ଜଗା, ପ୍ରିନ୍ସ, ରାମ, ନାଗଜ ନିରଞ୍ଜନ, ଜିନା, ସୁନୟନା, ସୋନୁ, ଦେବୀ ବାରିକ, ଦେବୁ ବ୍ରହ୍ମା, ଥିନ୍‌, ପ୍ରିୟ ମିଶ୍ର, ପ୍ରିୟଙ୍କା, ରତନ ମେହେର, ମିଟୁ ମିଥୁନ୍‌ ପ୍ରମୁଖ କଳାକାର ଅଭିନୟ କରିବେ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ନାରାୟଣ ଘଡ଼େଇ।

Share