ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ସରକାରୀ ଅଫିସରମାନେ ଅଫିସ୍ କାମ ସମୟରେ ପୂରା ନିୟମ ପାଳନ କରିବେ। କୌଣସି କନିଷ୍ଠ କର୍ମଚାରୀମାନେ ଏଥର ବରିଷ୍ଠ ଅଧିକାରୀଙ୍କୁ ଅଫିସ ସମୟ କିମ୍ବା ଭିତରେ ଭାଇ ବୋଲି ସମ୍ବୋଧିତ କରିପାରିବେ ନାହିଁ। ଏମିତି ଦୃଶ୍ୟ ନଜରକୁ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ଶନିବାର ଏଭଳି ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ ରତ୍ନାକର ରାଉତ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଅଫିସ୍ରେ କୌଣସି ଜୁନିୟର ଅଧିକାରୀ ଭାଇ ଜଣଙ୍କୁ ଡାକିବା ଦ୍ୱାରା ଡେକୋରମ ନଷ୍ଟ ହେଉଛି। ଷ୍ଟେଟ୍ ସରଭ୍ୟାଣ୍ଟ କଣ୍ଡକ୍ଟ ରୁଲ୍ର ଖୋଲା ଉଲ୍ଲଂଘନ ବୋଲି ସେ ଉଲ୍ଲେଖ କରିଛନ୍ତି।